ଓଡିଶାର ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ ଆଓ ଏନ୍.ଏକ୍ସ୍.ଟି ସହିତ ଯୋଡି ହେଲା ନୂଆ ସମ୍ମାନ

ଭୁବନେଶ୍ବର, ୨୬/୧୦ : ସମୟ ଥିଲା ଯେବେ ବଡ ପରଦାରେ ଚଳଚ୍ଚିତ୍ର ନିର୍ମାଣର ସମୟକୁ ଅପେକ୍ଷା କରି ରହୁଥିଲେ ସିନେ ପ୍ରେମି । କିନ୍ତୁ ସମୟ ବଦଳିବା ସହିତ ଏବେ ସିନେ ପ୍ରେମି ବା ଦର୍ଶକଙ୍କର କଣ୍ଟେଣ୍ଟ ଦେଖିବାର ଅନ୍ଦାଜ ସମ୍ପୁର୍ଣ୍ଣ ବଦଳିଯାଇଛି । ଏବେ ଥିଏଟର ବା ଫିଲ୍ମ ହଲ ସହିତ ଦର୍ଶକେ ଅନଲାଇନ ବା ଓଟିଟି ମିଡିଆ ଉପରେ ମଧ୍ୟ ନିର୍ଭରଯୋଗ୍ୟ । ନିକଟରେ ଏମିତି ଅନେକ ଓଟିଟି ମିଡିଆ ଆଖିଆଗକୁ ଆସିଛି ଯାହା ଲୋକଙ୍କୁ ବାସ୍ତବରେ ନିଚ୍ଛକ କାହାଣୀ ସହିତ ବିଭିନ୍ନ ଧରଣର କାହାଣୀ ଉପସ୍ଥାପନା କରିପାରୁଛି । ଠିକ ସେମିତି ଓଡିଶାର ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ ସାଜିଛି ଆଓ ଏନ୍.ଏକ୍ସ୍.ଟି । ଖୁବ କମ ଦିନରେ ଏହି ଓଟିଟି ପ୍ଲାଟଫର୍ମ ସାଉଁଟିଛି ଅନେକ ପ୍ରଶଂସା ଓ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ ।
ଆଓ ଏନ୍.ଏକ୍ସ୍.ଟି ଏକ ଏମିତି ଲିଡିଙ୍ଗ ଓଟିଟି ପ୍ଲାଟଫର୍ମ ଯେଉଁଠାରେ କଣ୍ଟେଣ୍ଟ ଦେଖିବାରେ କୌଣସି ପ୍ରତିବନ୍ଧକ ନାହିଁ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏହି ପ୍ଲାଟଫର୍ମରେ ବିଗତ ଦିନରେ ଚର୍ଚ୍ଚା ସାଉଁଟିଥିବା ଫିଲ୍ମ ମଧ୍ୟ ଅପଲୋଡ କରାଯାଇଛି । ଏହା ସହିତ ଏଥିରେ ସମ୍ବଲପୁରୀ କଣ୍ଟେଣ୍ଟ ବିଭାଗ ମଧ୍ୟ ବିଗତ ଦିନରେ ସୂଚୀତ କରାଯାଇଛି । ବର୍ତ୍ତମାନ ଏହି ଓଟିଟି ପ୍ଲାଟଫର୍ମ ସହିତ ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ।
ଭୁବନେଶ୍ବର ମେ ଫେୟାର କନଭେନସନରେ ଆୟୋଜିତ ହୋଇଥିବା TIMES BUSINESS AWARDS ODISHA-୨୦୨୪ରେ ଆଓ ଏନ୍.ଏକ୍ସ୍.ଟିକୁ FAST- GROWING ENTERTAINMENT & FUN OTT PLATFORM ସମ୍ମାନରେ ସମ୍ମାନିତ କରାଯାଇଛି । ଯାହାପାଇଁ ଆଓ ଏନ୍.ଏକ୍ସ୍.ଟିର ଫାଉଣ୍ଡର ଓ ସିଇଓ ଡ. କୌଶିକ ଦାସ ଓ ନିର୍ଦ୍ଦେଶକ ଶରସ୍ମିତା ଦାସ ଓଡିଶାର ଅଗଣିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।