ଓଡ଼ିଆ କଳାକାରଙ୍କ ସ୍ବର (OKS) ନିର୍ବାଚନ; ସଭାପତି ଶ୍ରୀଧର ମାର୍ଥା ଓ ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା ନିର୍ବାଚିତ
ଭୁବନେଶ୍ବର, ୧/୩ : ଓଡ଼ିଶାର ଆଗଧାଡ଼ିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ବର (OKS)ର ତୃତୀୟ ଥର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ରବିବାର ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ୍ ଭାଇ ସେବା ସଦନଠାରେ OKSର ନିର୍ବାଚନ ହୋଇଥିଲା। ଏହି ପ୍ରକ୍ରିୟାରେ OKSପରିବାରର ସଦସ୍ୟ ଏବଂ ସଦସ୍ୟାମାନେ ନିଜର ମତଦାନ କରି, ନୂତନ ଭାବେ ସଭାପତି ହିସାବରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥାଙ୍କୁ ନିର୍ବାଚିତ କରିଛନ୍ତି । ସେହିପରି ଭାବେ ଅଭିନେତା ଏବଂ ରାଜନୀତିଜ୍ଞ ପ୍ରଶାନ୍ତ କୁମାର ଶଢ଼ଙ୍ଗି ଉପସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ମୃତ୍ୟୁଞ୍ଜୟ ପଣ୍ଡା (ବୁଲୁ ପଣ୍ଡା), ଯୁଗ୍ମ ସମ୍ପାଦକ ଭାବେ ବରଦା ପ୍ରସନ୍ନ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ମୃଣ୍ମୟ ନାୟକ ବିଜୟ ହୋଇଛନ୍ତି।
ଏଥିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସ, ସମାଜସେବୀ ତଥା ନାଟ୍ୟ ନିର୍ଦ୍ଦେଶକ ବାପୁ ଓଝା, ବରିଷ୍ଠ ଅଭିନେତା ପ୍ରମୋଦ ରାଉତ, ସାମ୍ବାଦିକ ତଥା ଅଭିନେତା ବୁଲନ୍ ଭାଇ ଏଥିରେ ନିର୍ବାଚନ ଅଧିକାରୀ ଭାବରେ ଯୋଗଦେଇଥିଲେ । ଶେଷରେ ନବ ନିର୍ବାଚିତ ପ୍ରାର୍ଥୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଆ କଳାକାରମାନଙ୍କ ଯେଉଁ ସବୁ ସମସ୍ୟା ରହିଛି, ଆଗାମୀ ଦିନରେ ସମାଧାନ କରିବାକୁ ଚେଷ୍ଟା କରିବେ ଓ ସରକାରଙ୍କ ସହ ସମନ୍ବୟ ରଖି କେଉଁ କେଉଁ ସବୁ ସୁବିଧା କଳାକାରଙ୍କୁ ମିଳିପାରିବ ସେ ସବୁ ପ୍ରତି ଯତ୍ନବାନ ହେବେ ।

Editor 


