କାଳୀ ପୂଜାରେ ଓଡ଼ିଆ ସିନେମା "ଦୁର୍ଗା"

କାଳୀ ପୂଜାରେ ଓଡ଼ିଆ ସିନେମା "ଦୁର୍ଗା"

ଭୁବନେଶ୍ବର, ୨୬/୧୦ : ପ୍ରଯୋଜକ କୁମାର ପ୍ରିତମ ଦର୍ଶକଙ୍କୁ କାଳୀପୂଜାରେ ଭେଟି ଦେଇଛନ୍ତି ଓଡ଼ିଆ ସିନେମା "ଦୁର୍ଗା" । ଅକ୍ଟୋବର ୨୬ ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିବାକୁ ଥିବା ଏହି ଓଡ଼ିଆ ଚଳଚ୍ଚିତ୍ର 'ଦୁର୍ଗା' ୨୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ସିନେପଲିସ ପ୍ରେକ୍ଷାଳୟରେ ଏହାର ବିଶେଷ ପ୍ରଦର୍ଶନ ହୋଇଥିଲା l ଅନେକ ବିଶିଷ୍ଟ ବ୍ୟକ୍ତି, ମିଡ଼ିଆ ବ୍ୟକ୍ତିତ୍ୱ ଏଥିରେ ଯୋଗଦେଇ ଚଳଚ୍ଚିତ୍ର ଦେଖିବା ସହିତ ସିନେମା ଓ ଅଭିନେତାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ l 

ଏହି ଚଳଚ୍ଚିତ୍ର ଦୁର୍ଗା ସମ୍ପୂର୍ଣ୍ଣ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଅଭିନେତ୍ରୀ ପୁନମ ମିଶ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଦୁଇ ଅଭିନେତା ଅଭିଷେକ ଗିରି ଓ ରାଜ ରାଜେଶଙ୍କୁ ଦେଖିବାକୁ ମିଳିବ। ଅନସ୍ମିଶ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି କୁମାର ପ୍ରୀତମ ସାହୁ। ନିର୍ଦ୍ଦେଶକ ତାପସ ସରଘରିଆ ରହିଥିବାବେଳେ ଅନ୍ୟ ଭୂମିକାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଇଷା ତଲଵାର , ସରୋଜ ପରିଡା, ହରିହର ମହାପାତ୍ର, ଶକ୍ତି ବରାଳ, ବିଦୁସ୍ମିତା, ପୃଥ୍ୱୀରାଜ ନାୟକ, ପୁଷ୍ପା ପଣ୍ଡା, ଇଲୁ ବାନାର୍ଜୀ, ଅର୍ପଣ ମିଶ୍ର, ଶମ୍ଭୁ ହୋତା, ପପୁ ଙ୍କ ଭଳି ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । ଫୋଟୋଗ୍ରାଫି ରଂଜିତ ସାହୁ କରିଥିଲା ବେଳେ ଏଡିଟିଂ କରିଛନ୍ତି ରାଜେଶ ଦାସ l କ୍ରିଏଟିଭ ପବ୍ଲିସିଟି ହେଡ଼ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର l 

ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତଗୁଡିକୁ ସୁନ୍ଦର ଶବ୍ଦରେ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ନାଭ୍ୟା, ଅଭିଜିତ ମଜୁମଦାର ଓ ଅନନ୍ୟା ଶ୍ରୀତମ ନନ୍ଦ l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ l