ଚତୁର୍ଥ ଦିନରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସର ଧାରଣା

ଚତୁର୍ଥ ଦିନରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସର ଧାରଣା

ଭୁବନେଶ୍ୱର, ୨୨/୨ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ପରାମର୍ଶ କ୍ରମେ ରାଜ୍ୟରେ ଦୈନନ୍ଦିନ ଘଟୁଥିବା ଦଳିତ - ଆଦିବାସୀ -ମହିଳା ନିର୍ଯାତନା ବିରୁଦ୍ଧରେ ଏକ ୬ଦିନିଆ ଅହୋରାତ୍ର ଧାରଣା ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅଧ୍ୟକ୍ଷ ଆଇନ୍‌ଜୀବୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଗତକାଲିଠାରୁ ଆରମ୍ଭ ହୋଇଛି । 

ସମ୍ବିଧାନର ୯୩ତମ ସଂଶୋଧନ ଅନୁଯାୟୀ ଓଡ଼ିଶାରେ ଏକ ଆଇନ ଅଣାଯାଇ ଅନୁସୂଚିତ ଜାତି, ଆଦିବାସୀ ଓ ପଛୁଆବର୍ଗ, ଛାତ୍ରଛାତ୍ରୀଙ୍କର ଅଣ ଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ମୁତାବକ ପାଠ ପଢ଼ିବାର ସୁବିଧା ଦେବା, ଦଳିତ ଆଦିବାସୀ ନିର୍ଯାତନା ନିବାରଣ ଅଧିନିୟମର ନିୟମ ୭ଅନୁଯାୟୀ ଅତି କମ୍‌ରେ ଜଣେ ଡି.ଏସ୍‌.ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବା, ସମ୍ବିଧାନରେ ୭୩ତମ ଓ ୭୪ତମ ସଂଶୋଧନ ଅନୁଯାୟୀ ଗ୍ରାମ ପଞ୍ଚାୟତକୁ ୨୯ ଟି ବିଭାଗ ନଗର ପଞ୍ଚାୟତକୁ ୧୮ ଟି ବିଭାଗର କ୍ଷମତା ହସ୍ତାନ୍ତର କରିବା ଓ.ଆର.ଭି. ଆଇନକୁ ରାଜ୍ୟରେ ସଠିକ୍‌ ଭାବେ କ୍ରିୟାନ୍ୱୟନ କରିବା, ଓଡ଼ିଶାର ସମସ୍ତ ବିଜୁଳି ଉପଭୋକ୍ତାମାନଙ୍କୁ ଅତି କମରେ ୩୦୦ୟୁନିଟ୍‌ ମୁକ୍ତ ବିଜୁଳି ଓ ଚାଷୀମାନଙ୍କୁ କୃଷି ପାଇଁ ସଂପୂର୍ଣ୍ଣ ମୁକ୍ତ ବିଜୁଳି ପ୍ରଦାନ କରିବା, ବାର୍ଦ୍ଧକ୍ୟ ଭତ୍ତାକୁ ଅତି କମ୍‌ରେ ୨୦୦୦ଟଙ୍କା କରିବା, ମନରେଗା ଅଧିନିୟମକୁ ପୁର୍ନବାର ଲାଗୁ କରିବା ଆଦି ୮ଟି ଦାବୀକୁ ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏହି ଅହୋରାତ୍ର ଧାରଣା ଚାଲୁଅଛି । ଆଜି ଧାରଣାର ୨ୟ ଦିନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗ ଦେଇ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଆଜି ଓଡ଼ିଶାର ଦଳିତ ଆଦିବାସୀମାନେ ସବୁଠାରୁ ବେଶି ନିର୍ଯ୍ୟାତିତ ବୋଲି ମତବ୍ୟକ୍ତ କରିଥିଲେ । ଯଦି ଆମର ଦାବୀ ଗୁଡ଼ିକ ପ୍ରତି ରାଜ୍ୟ ସରକାର ଉଦାସିନ ରୁହନ୍ତି ତେବେ ଆଗାମୀ ଦିନରେ ଆମ୍ଭେ ରାଜରାସ୍ତାକୁ ଓହ୍ଲେଇ ବିଧାନସଭା ଘେରାଉ କରିବୁ ବୋଲି ଅନୁସୂଚିତ ଜାତି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଆଇନଜୀବୀ ମଲଲିକ ମତବ୍ୟକ୍ତ କରିଛନ୍ତି ।

ଆଜିର ଏହି ଧାରଣାର ଚତୁର୍ଥ ଦିନର ଧାରଣାରେ ପୂର୍ବତନ ସାଂସଦ ରାଜ୍ୟ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ଯଶୋବନ୍ତ ସିଂଲାଗୁରି, ପୂର୍ବତନ ମନ୍ତ୍ରୀ ନକୁଳ ନାୟକ, ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ପିସିସି ସମ୍ପାଦିକା ଅନିମା ମିଞ୍ଜ, ରଜନୀ ମହାନ୍ତି, ତରୁଣ ମିଶ୍ର, ସୁନିତା ବିଶ୍ୱାଳ, ଅନିତା ବିଶ୍ୱାଳ, ଶ୍ରୀୟାସ୍ମିତା ପଣ୍ଡା, ବିଶ୍ୱକଲ୍ୟାଣି କର, ରଞ୍ଜନ ସେଠୀ, କଟକ ଜିଲ୍ଲା ଅଧ୍ୟକ୍ଷ ପ୍ରତାମ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଅଧ୍ୟକ୍ଷ ଜୟନ୍ତ ଭୋଇ, ଭୁବନେଶ୍ୱର ଜିଲ୍ଲା ଅଧ୍ୟକ୍ଷ ଜମ୍ବେଶ୍ୱର ମଲ୍ଲିକ, ବାଲେଶ୍ୱର ଅଧ୍ୟକ୍ଷ ବିଧାନ ଜେନା, ବସନ୍ତ ସେଠୀ, ରାମଲାଲସୁନାନୀ, ମଟ ଆଗଣ୍ଡିଆ, ଅଜ୍ଜୁନ ବାଙ୍କା, ହୁତାଶନ ନାଏକ, ଖଗେଶ୍ୱର ମଲ୍ଲିକ, ବିକାଶ ଦାସ, ସୁନାରାମ ସୋରେନ, ମୋଟରାଜ ଡୁଙ୍ଗଡୁଙ୍ଗ, ଇମ୍ରାନ ଅଲ୍ଲି, ଶିବ ପ୍ରସାଦ ଦାସ, ପ୍ରମିଳା ସାହୁ ପ୍ରମୁଖ ଯୋଗଦେଇ ନିଜର ମତାମତ ଦେଇଥିଲେ ।