ଜୀ ସାର୍ଥକରେ ଖୁବଶୀଘ୍ର ଓଡ଼ିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା”, ଜାଣନ୍ତୁ କେବେ …
ଭୁବନେଶ୍ବର,୨୧/୨ : ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ଚ୍ଯାନେଲ ଜୀ ସାର୍ଥକ ସଫଳତାର ସହିତ ଆଗେଇ ଚାଲିଛି । ଅନେକ ମନୋରଞ୍ଜନ ଭିତ୍ତିକ ଧାରାବାହିକ, ରିଆଲିଟି ସୋ ଓ ଓଡିଆ ଚଳଚ୍ଚିତ୍ର ସହିତ ପ୍ରତି ସପ୍ତାହରେ ଯୋଡ଼ିଛି ନୂଆ ନୂଆ ଦର୍ଶକ । ସେହିପରି ଆସନ୍ତା ରବିବାର ସନ୍ଧ୍ୟା ୬:୩୦ସମୟରେ ଜି ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା”। କମେଡି, ଆକ୍ସନ ଏବଂ ରୋମାନ୍ସର ଏକ ଭରପୂର ମନୋରଞ୍ଜନ ପ୍ୟାକେଜ୍ ନେଇ ଆସୁଛି ଏହି ସିନେମା।
ସନା ଜଣେ ଜଣାଶୁଣା ତଥା ସରଳମନା ବ୍ୟକ୍ତି ଯିଏ ଏକ ଅପରାଧମୁକ୍ତ ଗାଁରେ ନିଜର ହାସ୍ୟାସ୍ପଦ ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସେ ଯେତେବେଳେ ସେ ଅନ୍ୟ ଏକ ଗାଁରେ ପୋଲିସ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ସେଠାରେ ସନାଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ଥାଏ, ମନ୍ଦିରର ରତ୍ନଭଣ୍ଡାରରେ ଥିବା ପ୍ରାଚୀନ ଅଳଙ୍କାରକୁ ଜଣେ ଚତୁର ଖଳନାୟକ କବଳରୁ ରକ୍ଷା କରିବା। ତେବେ ଏହି ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ସନାଙ୍କ ଜୀବନରେ ପ୍ରେମର ଆଗମନ କାହାଣୀକୁ ଆହୁରି ହୃଦୟସ୍ପର୍ଶୀ କରିଛି। ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଭାବରେ ଅଭିନୟ କରିଛନ୍ତି ସୋସିଆଲ ମିଡ଼ିଆ ଷ୍ଟାର ଓ କମେଡିଆନ୍ ଅନୁଗୁଳିଆ ବଣ୍ଟି ଓ ତାଙ୍କ ସହ ଲୋକପ୍ରିୟ କଳାକାର ଯେପରି ଅଶୋକ ଦାସ, ଅଭିଜିତ ମିଶ୍ର, ଅର୍ଚ୍ଚିତା ମହାନ୍ତି ଏବଂ ଓଡ଼ିଆ ସିନେମା ଜଗତର ଅନେକ ନାମୀ କଳାକାର ସମୂହ ।
'ଅମରା ଷ୍ଟୁଡିଓଜ୍ ଦ୍ୱାରା ପ୍ରଯୋଜିତ ଏବଂ ନିର୍ଦ୍ଦେଶକ ରାଜା ଡି'ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅସଦ୍ ନିଜାମ ଓ ଗୀତଗୁଡ଼ିକ ବେଶ୍ ଶ୍ରୁତି ମଧୁର ଏବଂ ଭାବପୂର୍ଣ୍ଣ ହୋଇଛି। ହାସ୍ୟରସ, ପ୍ରେମ ଏବଂ ସସପେନ୍ସରେ ଭରପୂର “ଇନ୍ସପେକ୍ଟର ସନା” ସବୁ ବର୍ଗର ଦର୍ଶକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନର ଖୋରାକ ଯୋଗାଇବ। ତେଣୁ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ କେବଳ ଜି ସାର୍ଥକରେ ଏହାର ପ୍ରିମିୟର ଦେଖିବାକୁ ଭୁଲନ୍ତୁ ନାହିଁ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।

Editor 


