ପିସିସି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର,୩/୧୦ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତୀର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲାବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ କଂଗ୍ରେସ ନେତୃ ବୃନ୍ଦ ଚନ୍ଦ୍ରଶେଖରପୁର ନାଲକୋ ଛକ ସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନଠାରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନକ୍ରମେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ଗାନ୍ଧୀ ପଥେ ଓଡ଼ିଶା ପଦଯାତ୍ରା କାର୍ଯ୍ୟକ୍ରମ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିଲା । ଏହି ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, କିଶୋର ଜେନା, ଅମିୟ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ନଜିବୁର ରହମନ ଖାଁ, ରାଜକିଶୋର ବାରିକ, କାର୍ତ୍ତିକ ବରାଳ, ମନୋରଞ୍ଜନ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ସୁବୁଦ୍ଧି, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ସୁଦର୍ଶନ ଦାସ, ମଂଟୁ ମଲ୍ଲିକ, ତରୁଣ ମିଶ୍ର, ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ସତ୍ୟବ୍ରତ ନାୟକ, ମହାଦେବ ସେଠୀ, ପ୍ରତ୍ୟୁଷ ସାହୁ, ଆଲୋକ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ସଂଦୀପ ସାହୁ, ବସନ୍ତ ଜେନା, ସିର୍ଦ୍ଧାର୍ଥ ପଟ୍ଟନାୟକ, ପ୍ରଭାତ ପ୍ରତାପ ସିଂ, ସଂଜୟ ମିଶ୍ର, କୁଳମଣି ସାହୁ, ଭାସ୍କର ସେଠୀ, ଉମାକାନ୍ତ ସ୍ୱାଇଁ, ବ୍ରହ୍ମାନନ୍ଦ ସାହୁ, ଆତ୍ମାରାମ ପତି, ସଂଦୀପ ସାହୁ, ପ୍ରଶାନ୍ତ ଜେନା, ପ୍ରିୟବ୍ରତ ଲେଙ୍କା, ଭାଗବତ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Editor 


