କେଶରୀ ରେସିଡେନ୍ସିରେ ୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଳିତ

କେଶରୀ ରେସିଡେନ୍ସିରେ ୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଳିତ

ଭୁବନେଶ୍ବର,୪/୨ : ସହୀଦନଗରସ୍ଥିତ ଥିବା କେଶରୀ ରେସିଡେନ୍ସିଠାରେ ଚଳିତ ବର୍ଷ ୨ତମ ଅଷ୍ଟପ୍ରହର ନାମ ଯଜ୍ଞ ପାଳିତ ହୋଇଯାଇଛି l ମହା ଆଡ଼ମ୍ବରରେ ଏହା ପାଳିତ ହୋଇଛି । ଏହି ଅଷ୍ଟପ୍ରହର ନାମ ଯଜ୍ଞରେ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗଦେଇଥିଲେ । ରବିବାର ଆରମ୍ଭ ହୋଇଥିଲା ଏହି ନାମ ଯଜ୍ଞ । ନଗର ଭ୍ରମଣ ସରିବା ପରେ କର୍ତ୍ତା ଶେଷରେ ଦଧି ହାଣ୍ଡି ଭାଙ୍ଗିବା ସହ ଅଷ୍ଟପ୍ରହର ନାମ ଯଜ୍ଞକୁ ସମାପନ କରିଥିଲେ l ଅଞ୍ଚଳବାସୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ ହୋଇଥିଲା l ଏକ ଆଧ୍ୟତ୍ମୀକ ପରିବେଶରେ ଉତ୍ସବ ମୁଖରେ ପରିଣତ ହୋଇଥିଲା l