ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ଭାରତ
ନୂଆଦିଲ୍ଲୀ,୧/୩ : ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ଭାରତ । ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟି-୨୦ ବିଶ୍ୱକପର ଅନ୍ତିମ ସୁପର-୮ ମ୍ୟାଚ୍କୁ ଭାରତ ୫ ଓ୍ବିକେଟରେ ଜିତି ନେଇଛି । ଇଡେନ ଗାର୍ଡେନ୍ସରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ରବିବାର ଖେଳାଯାଇଥିଲା ମ୍ୟାଚ୍ ।
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୫ ରନ କରିଥିଲା। ୧୯୬ ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୯.୨ ଓଭରରେ ୫ ଓ୍ବିକେଟ ହରାଇ ୧୯୯ ରନ ସଂଗ୍ରହ କରି ନେଇଥିଲା । ମ୍ୟାଚର ହିରୋ ସାବ୍ୟସ୍ତ ହୋଇଥିଲେ ସଞ୍ଜୁ ସାମସନ। ସେ ୫୦ଟି ବଲ୍ର ସମ୍ମୁଖୀନ ହୋଇ ୧୨ ଚୌକା ଓ ୪ ଛକା ସହାୟତାରେ ୯୭ ରନରେ ଅପରାଜିତ ରହିଥିଲେ। ଏଥିସହ ୨୦୦୭ ଓ ୨୦୨୪ରେ ଚାମ୍ପିୟନ ଭାରତ କ୍ରମାଗତ ଦ୍ୱିତୀୟ ଏବଂ ତୃତୀୟ ଥର ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି କରିଛି। ଅନ୍ୟପକ୍ଷରେ ୨୦୧୨ ଓ ୨୦୧୬ରେ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଶେଷ ହୋଇଛି।
୪ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ। ସେହିଭଳି ୫ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଏବଂ ଭାରତ ପରସ୍ପରକୁ ଭେଟିବେ।

Editor 


