୨୭ରେ ମନୋଜ ଦାସ ଜୟନ୍ତୀ ପାଳିବ ସ୍ମୃତି ସଂସଦ ; ମୁଖ୍ୟ ଅତିଥି ଭାବେ ଯୋଗଦେବେ କଥାକାର ଡ଼ ଆଦିକନ୍ଦ ସାହୁ

୨୭ରେ ମନୋଜ ଦାସ ଜୟନ୍ତୀ ପାଳିବ ସ୍ମୃତି ସଂସଦ ; ମୁଖ୍ୟ ଅତିଥି ଭାବେ ଯୋଗଦେବେ କଥାକାର ଡ଼ ଆଦିକନ୍ଦ ସାହୁ

ଭୁବନେଶ୍ୱର,୨୪/୨ : ଆସନ୍ତା ୨୭ତାରିଖ ସନ୍ଧ୍ୟା ୬ଟାରେ ଗୀତ ଗୋବିନ୍ଦ ସଦନଠାରେ ଲେଖକ ମନୋଜ ଦାସଙ୍କ ୯୩ତମ ଜୟନ୍ତୀ ଉତ୍ସବ ପାଳନ କରାଯିବ । ମନୋଜ ଦାସ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଭାବେ ଏହି ଜୟନ୍ତୀ ପାଳନ କରିବା ସହ ମନୋଜ ଦାସଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରାଯିବ। ସଂସଦର ସଭାପତି ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଖ୍ୟାତ ସମାଲୋଚକ ଓ କଥାକାର ଡ଼ ଆଦିକନ୍ଦ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ର, ସମ୍ମାନିତ ଅତିଥି ଭାବେ ପଵିତ୍ର ମୋହନ ଦାଶ ପ୍ରମୁଖ ଯୋଗଦେବେ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। 

ପ୍ରସ୍ତୁତି ବୈଠକରେ ମନୋଜ ଦାସ ସ୍ମୃତି ସଂସଦ ସଂମ୍ପାଦକ ଗୌତମବୁଦ୍ଧ ଦାସ ଅଧକ୍ଷତା କରିଥିବାବେଳେ ଉପଦେଷ୍ଟା ରଞ୍ଜିତା ଦାସ, ବିଶିଷ୍ଟ ସାହିତ୍ୟିକ ପବିତ୍ର ମୋହନ କର, ଅମିତାଭ ଖିଲାର, ସଂସଦର କାର୍ଯ୍ୟନିର୍ବାହୀ ସମ୍ପାଦକ ସରୋଜ ବଳ, ସହ ସମ୍ପାଦକ ରାମଜୀବନ ଗୋଛାୟତ, ଚିତ୍ର ଶିଳ୍ପୀ ପଞ୍ଚାନନ ସାମଲ, ଚିନ୍ତାମଣି ବିଶ୍ୱାଳ, ଅଧ୍ୟାପକ ଉତ୍ପଳ ପ୍ରଧାନ, ଅଧ୍ୟାପିକା ଡ଼ ରୋଜା ଘୋଷ, ସମାଜସେବା ବେଣୁଧର ବିଶ୍ୱାଳ, ମଣିରାମ ଜେନା, ସାଗରିକା ମହାନ୍ତି, ସାମ୍ବାଦିକ ସାଗର ଦାଶ, ଶୁଭାଙ୍ଗି ମଧୁସ୍ମିତା ବସ୍ତିଆ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତ ପ୍ରଦାନ କରିଥିଲେ।