ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୦/୨ : ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଜାରି ହୋଇଥିବା ମାମଲାର ଶୁଣାଣି ପାଇଁ ହାଜର ହୋଇଛନ୍ତି ।
ଏହି କୋର୍ଟରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଏକ ବୟାନ ସମ୍ପର୍କରେ ଆଇନଗତ କାର୍ୟ୍ୟା ନୁଷ୍ଠାନ ଚାଲିଛି। ରାହୁଲ ଗାନ୍ଧୀ କୋର୍ଟରେ ତାଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ସେ କୋର୍ଟ ସମ୍ମୁଖରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାଙ୍କ ବୟାନରେ କୌଣସି ଆପତ୍ତିଜନକ ଶବ୍ଦ ବ୍ୟବହାର କରିନାହାଁନ୍ତି।

Editor 


