ସୁଖ, ଶାନ୍ତି ଓ ତୁମେ
ଯେଉଁ କ୍ଷଣ ଗୁଡ଼ିକରେ ତୁମେ ଦୁଃଖ, ହାତାଶା ଓ ଉଦବିଗ୍ନତାର ଶିକାର ହୋଇଥାଅ, ସେଇ ପ୍ରତ୍ୟେକଟି କ୍ଷଣରେ ତୁମେ ତୁମ ସୀମା ସରହଦ ଗୁଡ଼ିକର ସଂସ୍ପର୍ଶରେ ଅସି ଯାଇଥାଅ । ଏଥିରୁ ନିଷ୍କୃତି ମିଳିପାରିବ କିପରି ?
ତୁମେ ଧନ୍ୟବାଦ ପରାୟଣ ହୋଇଯାଇପାର : "ଓଃ ! ଏ ସବୁ ମୋର କ୍ଷୁଦ୍ରତା ଓ ଅସୀମତା । ମୁଁ ମୋର ସୀମା ସରହଦ ଗୁଡ଼ିକର ସଂସ୍ପର୍ଶରେ ଆସିଥିଲି ।" ତୁମ ଅନୁଭବ ଟି ଏପରି ହେବା ମାତ୍ରେ, ତୁମେ ସମୁଦାୟ ପରିସ୍ଥିତିଟିକୁ ଏକ ପ୍ରାର୍ଥନାକୁ ବଦଳେଇ ଥାଅ "ସର୍ବତ୍ର ଶାନ୍ତି ବିରାଜମାନ କରୁ, କେବଳ ମୋ ' ଅନ୍ତରରେ ନୁହେଁ, ପ୍ରତ୍ୟେକଟି ଜୀବ ମଧ୍ୟରେ ଶାନ୍ତି ବିରାଜମାନ କରୁ " - ଏହି ଭାବଟିଏ ହୃଦୟରେ ସୃଷ୍ଟି ହୋଇଥାଏ | ତୁମେ ଯେଉଁ ମୁହୂର୍ତ୍ତରେ ତୁମ ଆସାମର୍ଥ୍ୟ ଓ ଅସୀମତା ଗୁଡିକୁ ଅନୁଭବ କରିଥାଅ ସେହି ମୁହୂର୍ତ୍ତ ରୁ ପ୍ରାର୍ଥନା ଉଦଗମ ଘଟିଥାଏ |
ତୁମେ ଯେ ପର୍ଯ୍ୟନ୍ତ ତୁମ ସୀମା ସରହଦ ଗୁଡିକର ସଂସ୍ପର୍ଶରେ ଆସିନଥାଅ, ସେ ପର୍ଯ୍ୟନ୍ତ ତୁମେ ଶାନ୍ତିପୂର୍ଣ୍ଣ, ସୁଖପୂର୍ଣ୍ଣ ଓ ଆନନ୍ଦମୟ ଜୀବନ ଟିଏ ବଞ୍ଚୁଥାଅ | ଯେଉଁ ମୁହୂର୍ତ୍ତରୁ ତୁମେ ସେଗୁଡିକର ସଂସ୍ପର୍ଶରେ ଆସ, ତତକ୍ଷଣାତ ମନରେ ଏହିପରି ଗୋଳମାଳ ଆରମ୍ଭ ହୋଇଯାଏ - "ଓଃ ! ସେ ବ୍ୟକ୍ତି ଟି ଏପରି କଲା, ତେଣୁ ଏପରି ଘଟିଲା ଏହା ଠିକ ନୁହେଁ, ତାହା ସେପରି ହେବା ଉଚିତ ନଥିଲା, ଏହା ଏପରି ହେବା ଉଚିତ ଥିଲା ଏହା ଏପରିଭାବେ ହେଲା, ଠିକ ହେଲା ନାହିଁ " .... ଇତ୍ୟାଦି | ଏପରି କ୍ଷଣଗୁଡିକରେ ତୁମେ କଣ କରିବା ଉଚିତ ?
କେବଳ ଏତିକି କୁହ "ହେ ପ୍ରଭୁ, ତୁମେ ମୋତେ ମୋର ସାସୀମତା ସମ୍ବନ୍ଧରେ ସଚେତନ କରେଇଲ | ବର୍ତ୍ତମାନ, ମୋ' ପାଇଁ ଶାନ୍ତି ଆଣିଦିଅ | ତୁମେ ଏତିକି କର, ମୁଁ ମୋର ସବୁ ସାସୀମାତା କୁ ତୁମକୁ ଅର୍ପଣ କରୁଛି | " ଦେଖିବ ସେହି ମୁହୂର୍ତ୍ତ ରେ ହିଁ ତୁମେ ହସି ଉଠିବାକୁ ଆରମ୍ଭ କରିବ : ଆଶ୍ୱସ୍ତିର ଏକ ଗଭୀର ଦୀର୍ଘାଶ୍ୱାସଟିଏ ତୁମ ମଧ୍ୟରୁ ସ୍ୱତଃ ପ୍ରବୃତ୍ତ ଭାବରେ ବାହାରି ଆସିବ | ପରିସ୍ଥିତି ଯେତେ ନିରାଶାଜନକ ହୋଇଥିଲେ ମଧ୍ୟ ତୁମେ ତା' ମଧ୍ୟରେ ହସି ହସି, ଗୀତ ଗାଇଗାଇ ଅତିକ୍ରମ କରିଯିବ | ଏହା ହିଁ ପ୍ରେମ |
ଭଲ ପାଇବାକୁ "ପ୍ରେମ" କୁହାଯାଏ | ପ୍ରେମ ଏକ ଅଢେଇ ଅକ୍ଷର ବିଶିଷ୍ଟ ଶବ୍ଦ | ହିନ୍ଦୀ ଭାଷାରେ ଗୋଟିଏ ପ୍ରବାଦ ଅଛି ଯାହା ଏହିପରି "ପ୍ରକୃତ ଜ୍ଞାନୀ, ପଣ୍ଡିତ ବା ଗୁରୁ କିଏ ? - ଯେ ଅନେକ ଶାସ୍ତ୍ର ପଢ଼ିଚି ସେ ନୁହେଁ, ମାତ୍ର ଯେ ଏଇ ଅଢେଇ ଅକ୍ଷର ବିଶିଷ୍ଟ ଶବ୍ଦ କୁ ଅଧ୍ୟୟନ କରିଚି, ସେ ହିଁ ପ୍ରକୃତ ଜ୍ଞାନୀ । "ଏଇ ଅଢେଇ ଅକ୍ଷର ଶବ୍ଦ ଟି "ଏଇ କ୍ଷଣ" ର ହିଁ ଅନୁଭବ ଅଟେ | ଏଇ କ୍ଷଣ ର ଏହା ଉପଲବ୍ଧି | ତୁମେ ଯେତେବେଳେ ତୁମ ଜୀବନରେ ଆସୁଥିବା ଆସାମର୍ଥ୍ୟ, ସାସୀମାତା ବା କ୍ଷୁଦ୍ର ବିଷୟ ଗୁଡିକୁ ଭେଟୁଚୁ ...ସେତେବେଳେ ସେଗୁଡିକୁ ନିରୀକ୍ଷଣ କରିଚାଲ ... | ତୁମେ ତୁମର ସସୀମତା ଗୁଡିକ ଦ୍ୱାରା ଅବରୁଦ୍ଧ ହୋଇପଡୁଛ କି ...? ସବୁ ପରିସ୍ଥିତି ରେ ତୁମେ ତୁମର ସ୍ୱାଧୀନତା, ତୁମର ଧାରଣାରୋହିତ ମନସ୍ଥିତି ଏବଂ ତୁମ ହୃଦୟରେ ନିରୀହ ପ୍ରେମଭାବଟିକୁ ବଜାୟ ରଖିପାରୁଛ କି ...? ଏହି ସ୍ଥିତିଟି ତୁମର ନିରବଛିନ୍ନ ଭାବେ ରହୁଛିତ...? ଯଦି ଏହା ହେଉଛି ଏବଂ ଏହି ସ୍ଥିତିରେ ତୁମେ ଯଦି ଶକ୍ତ ଓ ମଜବୁତ ହୋଇଉଠିଚ, ତେବେ ସଂସାରର କୌଣସି ବିଷୟ ତୁମଠାରୁ ତୁମ ସୁଖ ଶାନ୍ତିଟିକୁ ଛଡାଇ ନେଇପାରିବ ନାହିଁ !
୨୦୨୬ ଆମ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ଓ ସମୃଦ୍ଧି ର ବାର୍ତ୍ତା ନେଇ ନୂଆ ଶୀତ ସକାଳର ସୁନେଲି କିରଣ ସହିତ ଉଦୀୟମାନ ହେଉ ।
ଜୟ ଜଗନ୍ନାଥ
ମାନସୀ ସେଠି

Editor 


