ଭାଷ୍ୟକାର ସାଜିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ

ଭାଷ୍ୟକାର ସାଜିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ

ନୂଆଦିଲ୍ଲୀ,୨୩/୨ : ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ୍‌ରେ ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଗୁଗୁଲର ସିଇଓ ସୁନ୍ଦର ପିଚାଇ । କମେଣ୍ଟ୍ରି ବକ୍ସରେ ସେ ଭେଟେରାନ ରବି ଶାସ୍ତ୍ରୀଙ୍କ ସହ ବସି ବାର୍ତ୍ତାଳପ କରିଥିଲେ । ମନେ ପକାଇଥିଲେ ପିଲା ଦିନ କଥା । ସୁନୀଲ ଗାଭାସ୍କରଙ୍କୁ ଦେଖି ସେ କେମିତି ବଢ଼ିଥିଲେ ତାହା ପିଚାଇ କହିଥିଲେ ।

ସେ କହିଥିଲେ, ‘ଗାଭାସ୍କର ମୋର ବଡ଼ ଆଦର୍ଶ ଥିଲେ । ସ୍ପୋର୍ଟ୍ସଷ୍ଟାରରେ ପ୍ରକାଶିତ ତାଙ୍କ ଫଟୋକୁ ମୁଁ କାନ୍ଥରେ ଲଗାଇ ରଖୁଥିଲି । ପିଲା ଦିନରୁ କ୍ରିକେଟ ପ୍ରିୟ ଥିଲି ।’ ମ୍ୟାଚ ଆରମ୍ଭ ପୂର୍ବରୁ ସୁନୀଲ ଗାଭାସ୍କାରଙ୍କ ସହ ମିଶି ସୁନ୍ଦର ପିଚାଇ ଟି-ଟ୍ୱେଣ୍ଟି ଟ୍ରଫି ଧରି ମୈଦାନକୁ ଆସିଥିବା ଦେଖିବାକୁ ମିଳିଥିଲା ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଦ.ଆଫ୍ରିକା ମ୍ୟାଚର ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ଯେବେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ହଠାତ୍ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା । ସିଲିକନ୍ ଭ୍ୟାଲିରେ ସାରା ବିଶ୍ୱକୁ ଚଳାଉଥିବା ପିଚାଇଙ୍କର କ୍ରିକେଟ ପ୍ରତି ଭଲ ପାଇବା କାହାକୁ ଅଛପା ନାହିଁ । ତାଙ୍କୁ ମାଇକ୍ରୋଫୋନ ଧରିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କମେଣ୍ଟ୍ରି କରି ଲକ୍ଷ ଲକ୍ଷ ଦର୍ଶକଙ୍କ ଦୃଦୟ ଜିତିଥିଲେ ସୁନ୍ଦର ପିଚାଇ ।