ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଯୌଥ ପରିବାରର ସୁରକ୍ଷା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଯୌଥ ପରିବାରର ସୁରକ୍ଷା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର,୧/୩ : କେନ୍ଦ୍ରାପଡା ଜିଲ୍ଲା ଗୁପ୍ତ କ୍ଷେତ୍ର ସଖୀବଟ ପରିସରରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସମାଜ ଆଜି ବିଗିଡି ଯାଇଛି l ସ୍ବାର୍ଥ ଅର୍ଥର ବଶବର୍ତ୍ତି ହୋଇ ମଣିଷ ବୈକୁଣ୍ଠ ସମ୍ମାନ ସ୍ନେହ ଶ୍ରଦ୍ଧାରେ ବନ୍ଧା ଯୌଥ ପରିବାରକୁ ଭାଙ୍ଗି ଦେଇଛି l ନିଜେ ସବୁ କଥା ବୁଝି ନିଜର ଦୃଷ୍ଟି କୋଣ ବଦଳାଇ ସକାରାତ୍ମକ ମନୋଭାବ ପୋଷଣ କରି ପ୍ରତ୍ୟେକ ମଣିଷ ସୁସଂସ୍କାର ବରଣ କରି ନେଲେ ଓ ନିଜ ଦାୟିତ୍ୱ ନିଜେ ତୁଲାଇଲେ ପୁଣି ଥରେ ଯୌଥ ପରିବାର ଗଢି ଉଠିବ । ବସୁଧୈବ କୁଟୁମ୍ବକମ୍ ତଥା ରାମରାଜ୍ୟ ସ୍ବପ୍ନ ସାର୍ଥକ ହୋଇପାରିବ ବୋଲି "ଏକତା - ୨୬ " ରେ ଯୌଥ ପରିବାରର ସୁରକ୍ଷା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ l 

ମଞ୍ଚରେ ବଳଦେବଙ୍କ ବଡ଼ପଣ୍ଡା କେଶବ ଚନ୍ଦ୍ର ପତ୍ରି, ରାଷ୍ଟ୍ରପତି / ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ, ରମେଶ ଚନ୍ଦ୍ର ମହାନ୍ତି, ବିନୋଦ ମହାନ୍ତି, ନାଟ୍ୟକାର ଅଜୟ ଜେନା, ଖଣ୍ଡଗିରିର ଭାଇରାଲ ବାବା ଅସିତ୍ ବାବା, ବ୍ରଜ କିଶୋର ସାହୁ, ମାହାଳ ଜଗନ୍ନାଥ ମନ୍ଦିରର ଦେବଦାସୀ ମୋହିନୀ ମା, ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା ଶାନ୍ତି ମା ଓ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ଅତିଥି ଆସନ ଅଳଙ୍କୃତ କରିଥିଲେ l ଶ୍ରୀଜଗନ୍ନାଥଙ୍କ ନିକଟରେ ଶଙ୍ଖ ଘଣ୍ଟ ଓ ମନ୍ତ୍ର ଧ୍ଵନି ମଧ୍ୟରେ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତିଙ୍କ ଉପସ୍ଥିତିରେ ସଭା ଉଦଘାଟନ କରିଥିଲେ l ତରୁଣ ତବଲା ବାଦକ ନିହାରଙ୍କ ଏକଲବ୍ୟ ସମ୍ମାନ, ଗୌରାଙ୍ଗ ନାୟକଙ୍କୁ ପଲ୍ଲୀଶ୍ରୀ ପ୍ରତିଭା ସମ୍ମାନ ଓ ଆଠଗୋଟି ଯୌଥ ପରିବାରକୁ ସମ୍ବର୍ଦ୍ଧନା କରାଯାଇଥିଲା l

ଶିକ୍ଷକ ପ୍ରମୋଦ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ଟ୍ରଷ୍ଟର ସଂସ୍କୃତି ଅଧିକାରୀ ସଞ୍ଜୀବ କୁମାର ତରାଇ ମଞ୍ଚ ପରିଚାଳନା କରିଥିବାବେଳେ ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସଂଗଠନର ଶୁଭେଛୁ, ମହାକାଳପଡ଼ାର ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, କେନ୍ଦ୍ରାପଡ଼ାର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଗଣ, ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ପ୍ରଚେଷ୍ଟା କରିଥିଲେ l

ଟ୍ରଷ୍ଟର କର୍ମକର୍ତ୍ତା, ସମ୍ପାଦକ ରାଜେଶ ବାରିକ, ଉପସଭାପତି ରଶ୍ମିରଞ୍ଜନ ବାରିକ, ବରିଷ୍ଠ ସଦସ୍ୟ ନିମାଇଁ ଚରଣ କର, ତପନ ନାଥ, ଦିଲ୍ଲୀପ ନାଥ, ଭାବଗ୍ରାହୀ ସାହୁ, ମନୋଜ ରାଉତ, ଅଶୋକ କୁମାର, ହରିହର ନାୟକ, କାଳନ୍ଦୀ ମଲ୍ଲିକ, କେଦାର ସ୍ୱାଇଁ, ସଂଗ୍ରାମ କୁମାର ଦାଶ, ପ୍ରଭାତ ଜେନା, ସତ୍ୟବ୍ରତ ପ୍ରଧାନ ଓ ଶଶିକାନ୍ତ ନାଥ, ଅଜୟ ସେଠୀ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ l ଏହି ଉପଲକ୍ଷେ ଅଙ୍ଗଦାନ ଶିବିର, ଚକ୍ଷୁ ଦାନ ଶିବିର, ବିସ୍ମୟ ବାଳକ ମୃତ୍ୟୁଞ୍ଜୟ ମଲ୍ଲିକର ଅଲୌକିକ କାର୍ଯ୍ୟ ପ୍ରଦର୍ଶନ, ଷଢେ଼ଇ କଳାର ପ୍ରଦର୍ଶନୀ, ଦର୍ଶକମାନଙ୍କ ନିମନ୍ତେ ନାଣ୍ଡି ବାଗୁଲି ସର୍ବତ ଓ ପୁରାତନ ଖାଦ୍ୟ ସମ୍ଭାର ଅନ୍ତର୍ଭୁକ୍ତ ଥିଲା l ଶ୍ରୀରାମ ନର୍ସିଂ ମହାବିଦ୍ୟାଳୟର ଛାତ୍ରୀମାନେ ଯୌଥ ପରିବାର ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ l ସ୍ଵଚ୍ଛତା ପାଇଁ ଚକ୍ରଧର ବିଶ୍ଵାଳ ଓ ସ୍ଵେଚ୍ଛାସେବୀ ହିମାଂଶୁ ରାଉତଙ୍କୁ ସମ୍ମାନିତ କରାଯାଇଥିଲା l ପରିଶେଷରେ ସମ୍ପାଦକ ରାଜେଶ ବାରିକ ଉକ୍ତ ମଙ୍ଗଳମୟ କାର୍ଯ୍ୟରେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ l