ଆସିଛିରେ ନୂଆ ବରଷ

ଆସିଛିରେ ନୂଆ ବରଷ

ବିଦାୟ ପଚିଶ ସ୍ୱାଗତ ଛବିଶ 

     ଆସିଛି ନୁଆ ବରଷ 

ମାଟିରୁ ଆକାଶ ଦୁହେଁ କୋଳା କୋଳି 

       ପ୍ରକୃତି ମନେ ହରଷ ।

ପାହାଡ଼ ଶିଖରେ ସକାଳ ସୁରୂଯ 

     ଵୁଣିଛି ସୁନେଲି କିରଣ 

ସୋରିଷ ଫୁଲିଆ ହଳଦିଆ କ୍ଷେତ 

     କିଣି ନେଉଛିରେ ମନ ।

ଆମ୍ବ ତୋଟା ମାଳ ଝରଣାର କୂଳ 

      ଶୁଭୁଅଛି ଗହ ଗହ 

ଡିଜେ ଵାଜା ଆଉ ଭୋଜି ଭାତ ବାସ୍ନା 

     ଵାସୁଛିରେ ମହ ମହ ।

ନୂଆ ଭାଵନାରେ ହଜିଯାଏ ମନ

     କେତେ ନୁଆ ଆଶା ନେଇ 

ବିଗତ ସ୍ମୃତିକୁ ପଛରେ ପକାଇ 

     ନାଚି ଯାଏ ଗୀତ ଗାଇ ।

ରଙ୍ଗ ବେରଙ୍ଗର ଉଦ୍ୟାନର ଫୁଲ 

     ନୂତନ ଆଲୋକ ପାଇ 

ମଳୟେ ପବନେ ଗାଇ ଯାଏ ଗୀତ 

    ସଭିଙ୍କର ମିତ ହୋଇ ।।

ପଚିଶ ମସିହା ଦେଇଗଲା କେତେ 

     ଦୁଃଖ ସୁଖ ଶୋକ ଶାନ୍ତି 

ସଵୁ ଭୁଲିଯାଇ ଅଗ୍ରସର ହୁଅ 

    ଛବିଶ ଦେଵରେ ପ୍ରୀତି।।

ଇଂରାଜୀ ହେଉ କି ଓଡିଆର ମାସ 

     ଜୀବନକୁ କର ସରସ 

ମାଟିରୁ ଆକାଶ ଦୁହେଁ କୋଳା କୋଳି 

     ଆସିଛି ନୁଆ ବରଷ ।।

ପ୍ରତିଭା ସାହୁ... ଗଙ୍ଗୋତ୍ରୀନଗର (ଲେନ୍ 3) ଭୁବନେଶ୍ୱର