ବାୟୁସେନାରେ ସାମିଲ ହେବ ୧୧୪ ନୂତନ ରାଫେଲ୍

ବାୟୁସେନାରେ ସାମିଲ ହେବ ୧୧୪ ନୂତନ ରାଫେଲ୍

ନୂଆଦିଲ୍ଲୀ,୮/୨ : ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା କରୁଛନ୍ତି । ସୂଚନା ଅନୁସାରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକ ଦ୍ୱାରା ୧୧୪ଟି ରାଫେଲ ଜେଟ୍ କ୍ରୟ ଉପରେ ସହମତି ହୋଇପାରେ। ଭାରତୀୟ ବାୟୁସେନାର ଅନେକ ପୁରୁଣା ବିମାନ ଏବେ ଅବସର ନେଉଛି। ତେଣୁ ବାୟୁସେନାକୁ ଆଧୁନିକ ଏବଂ ନିର୍ଭରଯୋଗ୍ୟ ଯୁଦ୍ଧ ବିମାନର ଆବଶ୍ୟକତା ଅଛି।