ଫେବୃଆରୀ ୨୭ରେ ରିଲିଜ ହେବ ଓଡ଼ିଆ ସିନେମା ‘ଚାରିକାନ୍ଧ’
ଭୁବନେଶ୍ବର,୨୫/୨ : ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ଚାରିକାନ୍ଧ ଆସନ୍ତା ୨୭ ଫେବୃଆରୀରେ ବଡ଼ ପରଦାରେ ପ୍ରଦର୍ଶିତ ହେବ l ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପ୍ରେସ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା l ପ୍ରଯୋଜକ ଅତିଶ କୁମାର ରାଉତ, ନିର୍ଦେଶକ ବିଶ୍ୱନାଥ ରଥ, କ୍ରିଏଟିଭ ପବ୍ଲିସିଟି ଡିଜାଇନର ଶ୍ୟାମା ପ୍ରସାଦ ମିଶ୍ର, ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା, ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଢଙ୍ଗି, ସମ୍ପାଦକ ବୀର କୁମାର ନନ୍ଦ, ସଂଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଅମିତ ଯୁବରାଜ, ସିଙ୍କ ସାଉଣ୍ଡ ଇଞ୍ଜିନିଅର ଦିଲେଶ୍ଵର ପଣ୍ଡା, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ l
୩୭ମିନିଟର ଏହି ଫିଲ୍ମଟି ୪୬ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଯୋଗଦେଇ ୨୨ ରୁ ଅଧିକ ପୁରସ୍କାର ଲାଭ କରିଛି । ଜାପାନର ହୋକ୍କାଇଡୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ପ୍ରଦର୍ଶିତ ହୋଇଥିବା ମଧ୍ୟମ ଅବଧି ସିନେମା ବିଭାଗ ‘ଚାରିକାନ୍ଧ’ ସବୁ ଓଡ଼ିଆଙ୍କ ପାଇଁ ଥିଲା ଗର୍ବର ମୁହୂର୍ତ୍ତ। ଏଥିପାଇଁ ମଧ୍ୟମ ଅବଧିର ମାତ୍ର ୮ଟି ଚଳଚ୍ଚିତ୍ର ମନୋନୀତ ହୋଇଥିବାବେଳେ, ଭାରତ ପକ୍ଷରୁ ‘ଚାରିକାନ୍ଧ’ ଏକମାତ୍ର ସିନେମା ଭାବରେ ପ୍ରତିନିଧିତ୍ୱ କରି ପୁରସ୍କୃତ ହୋଇଛି।
ସାମ୍ପ୍ରତିକ ସମାଜର ବାସ୍ତବତା ଓ ବାର୍ଦ୍ଧକ୍ୟର ଏକୁଟିଆପଣକୁ ନେଇ କିଛି ଭିନ୍ନ କଥା କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ରିତୁପ୍ରିୟା ପ୍ରଡ଼କ୍ସନ ପକ୍ଷରୁ ଅତିଶ କୁମାର ରାଉତ l ଏହି ସିନେମାର କାହାଣୀ , ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ବିଶ୍ୱନାଥ ରଥ, ସହ ପ୍ରଯୋଜକ ହେଲେ ସୁପ୍ରିୟା ରାଉତ ଓ ଅଖିଲ ରାଜୁରକର l ତେବେ ଆସନ୍ତା ଫେବୃଆରୀ ୨୭ ରେ ବଡ଼ ପରଦାରେ ଚାରିକାନ୍ଧ କୁ ଦର୍ଶକ ଦେଖିବାକୁ ପାଇବେ ଏବଂ ତାଳି ବଦଳରେ ଆଖିରେ ଲୁହ ଧାର ନେଇ ଫେରିବେ ବୋଲି ପ୍ରଯୋଜନା ସଂସ୍ଥା ଗଣମାଧ୍ୟମ ଆଗରେ ସିନେ ଦର୍ଶକଙ୍କ ପାଇଁ କହିଥିଲେ l

Editor 


