ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର
ଭୁବନେଶ୍ବର, ୨୬/୧୦ : ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହାକୁ ଦୃଷ୍ଟିରେ ରଖି ବାତ୍ୟା ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Editor 


