କିଏ ପାଇବେ ‘ସୁଭଦ୍ରା’,ସ୍ୱାଧୀନତା ଦିବସରେ ଜାରି ହେବ SOP

ଭୁବନେଶ୍ୱର,୧୦/୮ : ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ପାଳନ ହେବ ୭୮ତମ ସ୍ୱାଧୀନତା ଦିବସ । ଏହିଦିନ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ତରପରୁ ସାରା ଓଡ଼ିଶାର ମା’-ଭଉଣୀମାନଙ୍କୁ ମିଳିବ ବଡ଼ ଉପହାର । ସ୍ୱାଧୀନତା ଦିବସ ଅବସରରେ ଜାରି ହେବ ବହୁ ପ୍ରତିକ୍ଷିତ ‘ସୁଭଦ୍ରା’ ଯୋଜନାର ଏସଓପି । ଏହି ଯୋଜନାରେ କାହାକୁ ମିଳିବ ଫାଇଦା ଏବଂ କେଉଁମାନେ ଯୋଜନାରୁ ବାଦ୍ ପଡ଼ିବେ, ସେ ନେଇ ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରିବ । ଏହାସହିତ ଯୋଜନାରେ ସାମିଲ ହେବା ପାିଁ ଆବଶ୍ୟକୀୟ କାଜପତ୍ର ବିଷୟରେ ମଧ୍ୟ ସୂଚନା ମିଳିପାରିବ । ଏ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନାର ଏସଓପି । ଏହି ଯୋଜନା ପାଇଁ କେବଳ ଆଧାର କାର୍ଡ ହିଁ ଯଥେଷ୍ଟ ହୋଇପାରିବ । ତେବେ ସୁଭଦ୍ରା ଯୋଜନାରୁ ପ୍ରାୟତଃ ଉଚ୍ଚ ବର୍ଗର ଲୋକମାନଙ୍କୁ ବାଦ୍ ଦେଇପାରନ୍ତି ରାଜ୍ୟ ସରକାର । ବିଶେଷ କରି ଆୟ କର ଦେଉଥିବା ଲୋକେ ଏଥିରେ ସାମିଲ ହୋଇ ନ ପାରନ୍ତି । ଏ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ, ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ପାଇଛି । ତେବେ ଆବଶ୍ୟକ ପଡ଼ିଲେ ଏଥିରେ ବୃଦ୍ଧି ହୋଇପାରେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।