ଯୁବକଯୁବତୀ, ମହିଳାଙ୍କୁ ସ୍ଵାବଲମ୍ବନ କରିବା ମୂଳ ଲକ୍ଷ୍ୟ : ଡ. ସୁରେଶ୍ଵରୀ ସାଗରିକା ଜେନା

ଯୁବକଯୁବତୀ, ମହିଳାଙ୍କୁ ସ୍ଵାବଲମ୍ବନ କରିବା ମୂଳ ଲକ୍ଷ୍ୟ : ଡ. ସୁରେଶ୍ଵରୀ ସାଗରିକା ଜେନା

ସମାଜର ହିତ ପାଇଁ ସେ ସବୁବେଳେ ଚେଷ୍ଟିତ। କେବେ ବି ସେ ଥକି ପଡ଼ନ୍ତନି। ନିଃସ୍ୱାର୍ଥପର ଭାବେ ନିଜ କାର୍ଯ୍ୟକୁ ସର୍ବଦା ସମ୍ପାଦନ କରିଥାନ୍ତି । ସମାଜର ଅସହାୟ, ନିଷ୍ପେସିତ, ଶୋଷିତ, ଲାଞ୍ଛି, ସବୁଠାରୁ ଦୁର୍ବଳତମ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସାଧାରଣ ଲୋକମାନଙ୍କ ଭଲ ପାଇବାକୁ ପାଥେୟ କରି କେନ୍ଦୁଝର ଭଳି ଆଦିବାସୀ ବହୁଳ ତଥା ପ୍ରାକୃତିକ ସମ୍ପଦଭରା ଜିଲାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଭଳି ଜଣେ ପ୍ରତିଭା ହେଉଛନ୍ତି ଡ. ସୁରେଶ୍ବରୀ ସାଗରିକା ଜେନା

ପ୍ରଶ୍ନ- ଆପଣଙ୍କ ଦୃଷ୍ଟିରେ ସମାଜସେବାର ଅର୍ଥ କଣ ?

ଉତ୍ତର- ଜନସାଧାରଣଙ୍କ ହିତ ଅଥବା ଉପକାର ପାଇଁ, କୌଣସି ଉଦ୍ଦେଶ୍ୟ ନ ରଖ୍ ଏବଂ ଲାଭକ୍ଷତି ମନୋବୃଦ୍ଧି ପରିହାର କରି ନିଃସ୍ୱାର୍ଥପର ଭାବେ କରାଯାଉଥିବା କାର୍ଯ୍ୟକୁ ମୋ ବିଚାରରେ ସମାଜସେବା ବୋଲି କହିବି ।

ପ୍ରଶ୍ନ- ସମାଜସେବା କ୍ଷେତ୍ରରେ ସୁରେଶ୍ଵରୀଙ୍କ ଆଇଡଲ କିଏ ?

ଉତ୍ତର- ମୋର ବଡ କେଳେ ସ୍ୱର୍ଗତ ବୈକୁଣ୍ଠନାଥ ଜେନା ସମାଳସେବା କ୍ଷେତ୍ରରେ ମୋର ଆଦର୍ଶ ଏବଂ ମୋ ପାଇଁ ରୋଲ୍ ମଡେଲ । ତାଙ୍କର ନିଷ୍ଠାପର ସେବା ଓ ନିଃସ୍ୱାର୍ଥପର କାର୍ଯ୍ୟରେ ମୁଁ ଗଭୀର ଭାବେ ପ୍ରଭାବିତ ।

ପ୍ରଶ୍ନ- ସମାଜସେବା ଏକ ବ୍ରତ ନା ନିଶା ?

ଉତ୍ତର- ଦେଖନ୍ତୁ ସମାଜସେବା ମନରୁ ସ୍ଵତଃ ଆସୁଥିବା ଏକ ଆବେଗ । ଏହା ପ୍ରତ୍ୟେକ ମଶିଷ ଜୀବନର ଏକ ବ୍ରତ ଓ ନିଶା ହେବା ଦରକାର । ସମାଜସେବା କେବେ ବୃରି କିମ୍ବା ପେଶା ନୁହେଁ । କାରଣ ଏଥରୁ ଅର୍ଥ ଉପାର୍ଜନ ହୁଏନାହିଁ । ତେଣୁ ଗୋଟିଏ ବାକ୍ୟରେ କହିଲେ ଏହାକୁ ନିଶା କରି ବ୍ରତ ରଖ୍ ଆଗେଇ ଚାଲିବା।

ପ୍ରଶ୍ନ- ଜୀବନର କିଛି ସୁଖ ଓ ଦୁଃଖର ମୁହୂର୍ତ୍ତ ?

ଉତ୍ତର- ମୋ ଜୀବନରେ ସୁବୁଠୁ ଖୁସିର ମୁହୂର୍ଣ ହେଲା ୨୦୧୨ ମାର୍ଚ୍ଚ ୧୦ ତାରିଖ। କାରଣ ସେହିଦିନ ମୋ ଭାଇ ପୁଅ ଶୁଭମ ଜନ୍ମ ହୋଇଥିଲା । ଆଉ ସୁବୁଠୁ ଦୁଃଖର ମୁହୂର୍ଗ ୨୦୦୮ ମସିହା ଥିଲା । ଯେତେବେଳେ ମୋ ବାପାଙ୍କୁ ପାରାଲିସିସ ହୋଇଥିଲା। ମୁଁ ସେଦିନକୁ କେବେ ଭୁଲିପାରିବି ନାହିଁ ।

ପ୍ରଶ୍ନ- ଆଗକୁ କଣ ଲକ୍ଷ୍ୟ ରହିଛି ?

ଉତ୍ତର- ସମାଜର ଅସହାୟ, ନିଷ୍ପେସିତ, ଶୋଷିତ, ଲାଞ୍ଛିତ ଜନସାଧାରଣଙ୍କ ସେବା କରିବା ମୋର ପ୍ରାଥମିକତା । ସେମାନଙ୍କ ପାଇଁ ଅଧିକ କିଛି କରିବା ବିଶେଷ କରି ଗ୍ରାମାଞ୍ଚଳର ଯୁବକ ଯୁବତୀ ଓ ମହିଳାମାନଙ୍କୁ ସଶକ୍ତିକରଣ ଯୋଜନାରେ ସ୍ଵାବଲମ୍ବନ କରିବା ମୋର ମୂଳ ଲକ୍ଷ୍ୟ।