ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ,୨/୨ : ଜମ୍ମୁ କଶ୍ମୀରରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ସକାଳ ୫ଟା ୩୫ ସମୟରେ ଜମ୍ମୁ ଏବଂ କଶ୍ମୀରର ବାରମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ। ଉପତ୍ୟକାରେ ଏହାର ଅବସ୍ଥିତି ଯୋଗୁଁ ଭୂମିକମ୍ପ ତୀବ୍ର ଭାବରେ ଅନୁଭୂତ ହୋଇଥିଲା।
ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ପରେ ବାରାମୁଲ୍ଲାର ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

Editor 


