ଅନ୍ତର୍ଜାତୀୟ କ୍ରିକେଟରେ ୮୪ତମ ଶତକ ହାସଲ କଲେ କୋହଲି

ଅନ୍ତର୍ଜାତୀୟ କ୍ରିକେଟରେ ୮୪ତମ ଶତକ ହାସଲ କଲେ କୋହଲି

ନୂଆଦିଲ୍ଲୀ,୩/୧୨ : ବିରାଟ କୋହଲି ତାଙ୍କ କ୍ୟାରିୟରର ୫୩ତମ ଦିନିକିଆ ଶତକ ହାସଲ କରିଛନ୍ତି । ସେ ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି । ଏହା ତାଙ୍କର ୮୪ତମ ଅନ୍ତର୍ଜାତୀୟ ଶତକ। ସେ ଦ୍ୱିତୀୟ ଦିନିକିଆରେ ୯୯ବଲରେ ତାଙ୍କର ଶତକ ହାସଲ କରିଛନ୍ତି । କୋହଲି କ୍ରମାଗତ ତୃତୀୟ ମ୍ୟାଚରେ ୫୦କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି ଏବଂ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ।

ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଯିଏ ODI କ୍ରିକେଟରେ ଦୁଇଟି ଇନିଂସରେ କ୍ରମାଗତ ଶତକ ହାସଲ କରିଛନ୍ତି, ୧୧ଥର । କ୍ରମାଗତ ODI ଇନିଂସରେ ଶତକ ତାଲିକାରେ ବିରାଟଙ୍କ ପରେ ଏବି ଡିଭିଲିୟର୍ସଙ୍କ ନାଁ ଆସେ । ଯିଏ ୬ଥର ଏଭଳି କରିଛନ୍ତି ।

ଏହି ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କର ଶେଷ ତିନୋଟି ଇନିଂସରେ ଦକ୍ଷିଣ ଆଫ୍ରିକା ଦଳର ନିଦ ହଜାଇ ଦେଇଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ପୂର୍ବ ତିନୋଟି ଦିନିକିଆ ଇନିଂସରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ, ସେ ୨୦୨୩ ODI ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୦୧ରନ୍ କରିଥିଲେ। ସେହିଭଳି ଚଳିତ ସିରିଜର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି।