ଜାଭିୟର ବିଶ୍ୱବିଦ୍ୟାଳୟରେ କମିଶନରେଟ ପୋଲିସ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ବର,୩/୨ : କମିଶନରେଟ ପୋଲିସ ରେଡକ୍ରସ୍ ଓ ଜାଭିୟର ବିଶ୍ୱବିଦ୍ୟାଳୟର ଏନ.ଏସ.ଏସ ତରଫରୁ ଆଜି ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଯାହାକୁ ଦୈତ୍ୟ ନଗରୀର ପୋଲିସ କମିଶନର ଦେବ ଦତ୍ତ ସିଂହ ଉଦଘାଟନ କରିଥିଲେ । ଏହି ଅବସରରେ ତାଙ୍କ ସହ ଅତିରିକ୍ତ ଉପ ପୋଲିସ୍ କମିଶନର ମାନସ ଗଡ଼ନାୟକ, ଅଭିନେତା ଓ ସମାଜ ବିଜ୍ଞାନୀ ତଥା ରେଡକ୍ରସ୍ ଏକ୍ସକ୍ୟୁଟିଭ ସଭ୍ୟ ଡଃ.ରୁଷି ପଟ୍ଟନାୟକ ଓ ଦିଲୀପ ଦାସ ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର ରେଜିଷ୍ଟାର, ଏନ.ଏସ.ଏସର ପ୍ରୋଗ୍ରାଗ କୋଡ଼ିନେଟର ସିଦ୍ଧାର୍ଥ ମିଶ୍ର, ଜଟଣୀ ଥାନା ଆଇ.ଆଇ.ସି ଷ୍ଟାଲିନ ବିଶ୍ବାଳ, ଏସଆଇ ଶିବାନୀ ନନ୍ଦ ଉପସ୍ଥିତ ଥିଲେ।
ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜୀବନ ଜିନ୍ଦାବାଦ ଓ ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା । ବୈଠକରେ ଦୈତ୍ୟ ନଗରୀ ଅତିରିକ୍ତ ପୋଲିସ କମଶନର ନରସିଂହ ଭୋଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଉପ ପୋଲିସ୍ କମିଶନର ମାନସ ଗଡ଼ନାୟକ, ଅଭିନେତା ଓ ସମାଜ ବିଜ୍ଞାନୀ ତଥା ରେଡକ୍ରସ୍ ଏକ୍ସକ୍ୟୁଟିଭ ସଭ୍ୟ ଡଃ.ରୁଷି ପଟ୍ଟନାୟକ ଓ ଦିଲୀପ ଦାସ ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର, ଏନ.ଏସ.ଏସର ପ୍ରୋଗ୍ରାମ୍ କୋଡ଼ିନେଟର ସିଦ୍ଧାର୍ଥ ମିଶ୍ର ଉପସ୍ଥିତ ଥିଲେ । ଏହି ଉତ୍ସବରେ ଜଟଣୀ ଥାନା ଆଇ.ଆଇ.ସି ଷ୍ଟାଲିନ ବିଶ୍ବାଳ, ଏସଆଇ ଶିବାନୀ ନନ୍ଦ ମଧ୍ୟ ଯୋଗଦେଇଥିଲି । ଏହି ୩ଟି ଯାକ କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।

Editor 


