ଗରଗାଲିରେ ୧୯ ତମ ଅଷ୍ଟ ପ୍ରହର ନାମ ଯଜ୍ଞ ପାଳିତ

ଗରଗାଲିରେ ୧୯ ତମ ଅଷ୍ଟ ପ୍ରହର ନାମ ଯଜ୍ଞ ପାଳିତ

ବଡଚଣା,୪/୨ : ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ ଚଳିତ ବର୍ଷ ୧୯ ତମ ଅଷ୍ଟପ୍ରହର ନାମ ଯଜ୍ଞ ତିନିଦିନ ବ୍ୟାପି ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ନାମ ଯଜ୍ଞ ଗରଗାଲି ଗ୍ରାମ ମେଳା ବଟ ଠାରେ ଅନୁଷ୍ଠିତ ହୋଇଥିଲା l ଶୁକ୍ରବାର କଳସ ସ୍ଥାପନ ସହ ଅଧିବାସ, ଶନିବାର ପ୍ରଭୁଙ୍କ ନାମ ଯଜ୍ଞ ଓ ରବିବାର ନଗର ଭ୍ରମଣ ହୋଇଥିଲା l ଏହି ଅଷ୍ଟପ୍ରହର ନାମ ଯଜ୍ଞରେ ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରୁ ୧୫ ରୁ ଉର୍ଦ୍ଧ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଗ୍ରାମର ଦୁର୍ଗା ମଣ୍ଡପ ପାଖରୁ ପଛକୁ ପଛ କୀର୍ତ୍ତନ କରି ହରି ଗୋସାଇଁଙ୍କ ମଣ୍ଡପରେ ନାମ କୀର୍ତ୍ତନ କରିଥିଲେ l

ଏହି ଅଷ୍ଟପ୍ରହରରେ ଉକ୍ତ ଗ୍ରାମର ନିହାର ରଞ୍ଜନ ପାଲ କର୍ତ୍ତା ଭାବେ ସଂକଳ୍ପ କରିଥଲେ l ଅଷ୍ଟପ୍ରହରକୁ ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା l ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ଭକ୍ତଙ୍କ ଲାଗି ପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ଗାଁ ଦାଣ୍ଡରେ ନଗର ଭ୍ରମଣ ସରିବା ପରେ କର୍ତ୍ତା ନିହାର ରଞ୍ଜନ ପାଲ ଶେଷରେ ଦଧି ହାଣ୍ଡି ଭାଙ୍ଗିବା ସହ ଅଷ୍ଟପ୍ରହର ନାମ ଯଜ୍ଞକୁ ସମାପନ କରିଥିଲେ l ଗରଗାଲି ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ ଭାବେ କରିଥଲେ l ତିନିଦିନ ବ୍ୟାପି ଏକ ଆଧ୍ୟତ୍ମୀକ ପରିବେଶରେ ମେଳା ବଟ ସମେତେ ଗାଁ ଉତ୍ସବ ମୁଖରେ ପରିଣତ ହୋଇଥିଲା l