ମୁଁ ଶ୍ରମିକ କହୁଛି

କଥାରେ ଅଛି ମଣିଷ ହାତ ବାଜିଲେ ସୁନା ଫଳେ l ଆଜ୍ଞା ହଁ ମୁଁ ଏମିତି ଏକ ଜାତି ଯେ ମୋତେ ସମସ୍ତେ କୁହନ୍ତି ଶ୍ରମିକ l ସମାଜରେ ମୋତେ ଶ୍ରମିକ ବୋଲି ଆକ୍ଷା ଦିଆଯାଇଛି l ମୁଁ ଅନ୍ୟମାନଙ୍କ ପାଇଁ ସ୍ୱପ୍ନର ତାଜ ମହଲ ଗଢେ କିନ୍ତୁ ନିଜ ପାଇଁ ଘର ଖଣ୍ଡେ ତୋଳିବା କଷ୍ଟ ହୋଇପଡେ l ଅନ୍ୟ ପାଇଁ ଶାନ୍ତିରେ ଶୋଇବାକୁ ବାସ ଭବନ ନିର୍ମାଣ କରେ ହେଲେ ମୁଁ ସୁଏ ଅଶାନ୍ତିରେ l ମୋତେ ଏ ସମାଜ ଯେମିତି ବ୍ୟବହାର କରେ ମୁଁ ସେମିତି ବ୍ୟବହାର ହୁଏ l କିନ୍ତୁ ମୁଁ କାହାକୁ ବ୍ୟବହାର କରିପାରେନି l କାରଣ ଏ ସମାଜର ବଡ଼ ପଣ୍ଡାମାନଙ୍କ ଆଖିରେ ଆଖି ମିଶେଇ କଥା ହେବାକୁ ମୋ ପାଖରେ ସାହସ ନ ଥାଏ l ସେମାନଙ୍କୁ ଭଲରେ ରଖିବାକୁ ମୁଁ କେତେବେଳେ ନିଷ୍ପେସିତ ହୋଇଯାଏ ମୁଁ ନିଜେ ବି ଜାଣି ପାରେନି l ସେମାନଙ୍କ ଛୁଆକୁ ଭଲରେ ରଖିବାକୁ ମୁଁ ମୋ ଛୁଆ କଥା ଭୁଲିଯାଏ l ବଡ଼ ବଡ଼ ସ୍କୁଲରେ ଯାଇ ଯେତେବେଳେ କିଛି ବି କାମ କରେ ସେଠାରେ ମୋ ଛୁଆକୁ ପଢେଇବାକୁ ବି ବହୁତ ଇଚ୍ଛା ହୁଏ l ମନେ ମନେ ଭାବେ କଣ ପାଇଁ ଏମିତି ସମାଜ ଶିକ୍ଷାକୁ ବି ବିକ୍ରି କରିବାକୁ ପଛାଉ ନାହିଁ l କଣ ଭୁଲ ମୋର ମୋ ପାଖରେ ପଇସା ନାହିଁ ବୋଲି କଣ ମୋ ଛୁଆ ଆଜି ଭଲ ଶିକ୍ଷା ପାଇ ପାରିବନି l ସତରେ କିଛି ସମୟ ଭାବିଲା ପରେ ସେପଟୁ ଶୁଭୁଥିବ ଆରେ ବାଲିଟା ଦେଲୁକି ନାହିଁ l ବାସ ଏତିକି ତ ଭାବନା ମୋ ପାଇଁ ଯଥେଷ୍ଟ l ପୁଣି ଚାଲେ ମୋ କାମରେ ବ୍ୟସ୍ତ ରହିବାକୁ l
ସେମିତି ଅନେକ ଥର ବଜାରକୁ ଗଲାବେଳେ ଭାବେ ମୋ ପୋଷାକରେ ତ କଳା ଲାଗିଛି ଚିରି ଯାଇଛି ଏ ସୌକିନ ବଜାରରେ କଣ ମୁଁ ତାଳ ଦେଇପାରିବି l ମୁଁ ବି ବଡ଼ ଲୋକ ହେଇନଥାନ୍ତି l ଅନ୍ୟମାନଙ୍କ ପରି ମୁଁ ବି ଚକଚକ କରୁଥିବା ଡ୍ରେସ ପିନ୍ଧନ୍ତି ନି l କଣ ଭୁଲ ଯେ ଏଇଆନା ମୁଁ ଅନ୍ୟମାନଙ୍କୁ ସଜେଇ ସଜେଇ ନିଜେ ଅବହେଳିତ ହୋଇଯାଇଛି l ଏଇଟା ଯଦି ଭୁଲ ତେବେ ମୁଁ କହିବି ଠିକ ଅଛି ମୋ ପାଇଁ ତ କେହି ଖୁସି ହୋଇ ଶାନ୍ତିରେ ଶୋଇପାରୁଛି l କାହାର ଅସୁବିଧା ବେଳେ ମୁଁ ତ କାମରେ ଆସିପାରୁଛି l ନିର୍ବାଚନ ଆସିଲେ ମୋତେ ନେଇ ମୁଣ୍ଡ ଗଣତି ହୁଏ l ଶକ୍ତି ପ୍ରଦର୍ଶନବେଳେ ମୋତେ ନେଇ ନିଜର ଦବଦବା ଜାହିର କରନ୍ତି l ସତରେ ମୁଁ ଅନ୍ୟମାନଙ୍କ ବଳ l ହେଲେ ମୋର ବଳ ନାହିଁ l ଅନ୍ୟମାନେ ମୋତେ ଗର୍ବ କରନ୍ତି ମୁଁ ମୋ ଭାଗ୍ୟକୁ ନେଇ ଗର୍ବ କରେ l ସତରେ କେତେ ଚମତ୍କାର ନୁହେଁ ଶ୍ରମିକ ହେବା l ସକାଳୁ ଉଠିଲେ କିଏ ମୋତେ କାମରେ ନେବ ମୁଁ ଖୋଜିବୁଲେ l କାହା ପାଇଁ ମୁଁ ସୁଖ ଆଣିଦେଵି l କିନ୍ତୁ ଜାଣି ନଥାଏ ସେଦିନର ମଜୁରୀ ମୋ ଭାଗ୍ୟରେ ଥାଏ କି ନଥାଏ l ହୁଏତ ମୁଁ ଫେରି ଆସିଥାଏ l କିନ୍ତୁ କଣ ଉତ୍ତର ଦେବି ଘରେ ଘରଣୀକୁ ଆଉ ଛୁଆଙ୍କୁ କି ମୁଁ ଆଜି କାହା ଘରକୁ କାମରେ ଯାଇପାରିଲିନି l ଏ ହେଉଛି ନିତିଦିନିଆ ଘଟଣା ମୋ ପାଇଁ l ୫0ଡିଗ୍ରୀର ଖରା ହେଉ କି ହାଡ଼ ଭଙ୍ଗା ଶୀତ ମୋତେ କିନ୍ତୁ ଖାତିର ନ ଥାଏ l କାରଣ ମୁଁ କାମକୁ ନ ଗଲେ ମୋ ପରିବାର ଉପାସରେ ରହିବ l ନିର୍ବାଚନ ଆସିଲେ ମୁଁ ଖୁସି ହୁଏ ଟଙ୍କା ୫ଶହରେ କାରଣ ସେଦିନର ମଜୁରୀ ମୋ ପାଖରେ ଅଜାଡି ହୋଇପଡେ l ଜାଣିନି କଣ ପାଇଁ କିଛି ବୁଦ୍ଧିଜୀବୀ ମୋରି ଆଡକୁ ଆଙ୍ଗୁଳି ଉଠାନ୍ତି l କଣ କରିବି ବାବୁ ଯଦି ଘରେ ବସି ମୋତେ ୫ସହ ମିଳିଯାଉଛି ମୁଁ କାହିଁକି ମନା କରିବି l ହେଲେ ମୋର ବି ସ୍ୱାଭିମାନ ଅଛି l ପରିବାର ପ୍ରତି ପୋଷଣ ପାଇଁ ମୁଁ ସିନା ଆଜି ଶ୍ରମିକ କିନ୍ତୁ ମୁଁ ବି ବିପ୍ଳବ କରିପାରେ l ପୁଞ୍ଜିଭୂତ ଆସନ୍ତୋଷର ନିଆଁ ମୋ ଭିତରେ ବି ଅଛି l କେବଳ କିଛି ରକ୍ତ ଗରମ ଭଳି ଭାଷଣ ମୋତେ ଦରକାର l ତା ହେଲେ ତ ହେବ ବିପ୍ଳବ l ସତରେ ମୁଁ ବି ଆନ୍ଦୋଳନ କରିପାରେ କେବଳ ସୁଯୋଗ ନାହିଁ ମୋ ପାଖରେ l ବାଧ୍ୟରେ ଆଜି ମୁଁ ଶ୍ରମିକ l କେହି ମୋତେ ନେଇ ବିପ୍ଳବ କଥା ଚିନ୍ତା କରୁ ନାଁହାନ୍ତି l କେବଳ ମୋତେ ନେଇ ଲୁଟିବାକୁ ଚେଷ୍ଟା କରୁଛନ୍ତି l ସେଥିପାଇଁ ତ ଆଜି ମୁଁ ନିଷ୍ପେସିତ l ନ ହେଲେ ଅତୀତର ବିପ୍ଳବ ମାନଙ୍କରେ ନିର୍ଣ୍ଣାୟକ ଭୂମିକା ମୁଁ ବି ଗ୍ରହଣ କରିଛି ଆଉ ସରକାର ବି ପରିବର୍ତ୍ତନ କରିଛି l ଛାଡ଼ ଆଉ ବେଶୀ କ'ଣ କହିବି ବେଶୀ କହିଲେ ଆପଣମାନେ ବି କହିବେ କେତେ ମୁଁ ଗପୁଛି l ମୋ ପାଇଁ ବାବୁ ଗୋଟିଏ ଦିନ ନୁହେଁ ମୋ ପାଇଁ ତ ସବୁଦିନ ଶ୍ରମିକ ଦିବସ l
ଆପଣଙ୍କ କଥାକାର
ଗୁରୁପଦ ନାଥ