ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ
ଭୁବନେଶ୍ବର,୩୧/୧୨ : ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । CS ମନୋଜ ଆହୁଜାଙ୍କ ପାଖରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ଅନୁ ଗର୍ଗ । ସେ ୧୯୯୧ବ୍ୟାଚର ଆଇଏଏସ ଅଫିସର । ଡିସେମ୍ବର ୩୧ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ତାନରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଅନୁ ଗର୍ଗ ରାଜ୍ୟ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିଲେ ।
ସୂଚନା ଅନସୁାରେ, ୧୯୯୩ରେ ପ୍ରଥମେ ସେ ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ କଳାହାଣ୍ଡି ଜିଲ୍ଲାର ଉପ ଜିଲ୍ଲାପାଳ ଏବଂ ପରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ବରଗଡ଼ ଓ ସମ୍ବଲପୁରର ଜିଲ୍ଲାପାଳ ରହି ସାରିଛନ୍ତି। ଏହାଛଡ଼ା ଦିଲ୍ଲୀରେ ଓଡ଼ିଶା ଡେପୁଟି ଆବାସିକ କମିଶନର ରହିଥିଲେ । ୨୦୦୦-୨୦୦୨ ଯାଏ ICDS ନିର୍ଦ୍ଦେଶକ ରହିଛନ୍ତି । ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ୨୦୦୫ରେ କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ସୂଚାରୁ ରୂପେ ତୁଲାଇଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ସଚିବ ରହିଛନ୍ତି ଅନୁ ଗର୍ଗ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ମଧ୍ୟ ରହିଛନ୍ତି । PMOର ଯୁଗ୍ମ ସଚିବ ଥିଲେ ଅନୁ ।

Editor 


