ଡିସେମ୍ବର ୧୩ରୁ ୧୫ସିଭିକ୍ ସେଣ୍ଟରଠାରେ ସାଂସ୍କୃତିକ ମହୋତ୍ସବ ୨୦୨୪

ରାଉରକେଲା,୧୧/୧୨ : ନାଟକ ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀ ଡିସେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ କରିବ ସାଂସ୍କୃତିକ ମହୋତ୍ସବ ୨୦୨୪ ବୋଲି ବୁଧବାର ସେକ୍ଟର-୭ ଇସ୍ପାତ ସାହିତ୍ୟ ସଂସଦ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।
ଏହି ସାଂସ୍କୃତିକ ମହୋତ୍ସବ ୨୦୨୪ ଅବସରରେ କସ୍ତୁରୀ ପରିବାର ତରଫରୁ ଡିସେମ୍ବର ୧୩ ତାରିଖ(ଶୁକ୍ରବାର) ସନ୍ଧ୍ୟା ୬ଟା ସମୟ ପ୍ରଥମ ଦିନ ବିଷୟଭୀତିକ ସ୍ମରଣିକା ଚାଲ, ଶାନ୍ତି କିଣିବାର ଉନ୍ମୋଚନ (୨) ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ ଦୁର୍ଘଟଣା, ମୋର କଣ ଭୁଲ ଥିଲା (୩) ଦୁର୍ଘଟଣା ମୁକ୍ତ ଭାରତ ବିଷୟରେ କ୍ଷୁଦ୍ର ନାଟକ ଓ ନୃତ୍ୟ ନାଟିକା ମଞ୍ଚସ୍ଥ କରିବେ ମୁକ ବଧିର ବିଦ୍ୟାଳୟ, ସେକ୍ଟର-୭, ରାଉରକେଲା। ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ, ଲାଠିକଟା। ମୁଣ୍ଡାରୀ ଯୁବକ ସଂଘ, ଛେଣ୍ଡ, ରାଉରକେଲା।
ଦ୍ବିତୀୟ ଦିନ ଡିସେମ୍ବର ୧୪ ତାରିଖ (ଶନିବାର) ସନ୍ଧ୍ୟା ୬ଟା ସମୟରେ ଦେବଦାସୀ ନୃତ୍ୟ ପରିବେଷଣ କରିବେ ଆୟୁଶ୍ରୀ ସାମଲ (୮ ବର୍ଷ)। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୪ ବର୍ଷରେ କସ୍ତୁରୀର ସ୍ବତନ୍ତ୍ର ପୁରସ୍କାରରେ ପୁରସ୍କୃତ ହେବେ ସମାଜସେବୀ ପ୍ରଶାନ୍ତ ସେଠି। ଦୁର୍ଘଟଣା ମୁକ୍ତ ଭାରତ ବିଷୟରେ କ୍ଷୁଦ୍ର ନାଟକ ମଞ୍ଚ କରିବେ ରାଉରକେଲା ସେକ୍ଟର-୧୬ର ଶ୍ରଦ୍ଧା ଅନୁଷ୍ଠାନ ଏବଂ ରାଉରକେଲାର ମାରଙ୍ଗବୁରୁ ସାଂସ୍କୃତିକ ସଂଘ।
ତୃତୀୟ ତଥା ଶେଷ ଦିନ ଡିସେମ୍ବର ୧୫ ତାରିଖ (ରବିବାର) ସନ୍ଧ୍ୟା ୬ଟା ସମୟରେ ନାଟକ, କଳା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୪ ବର୍ଷର କସ୍ତୁରୀ ସମ୍ମାନରେ ସମ୍ମାନିତ ହେବେ ନାଟ୍ଯକାର, ଅନୁବାଦକ, ନିର୍ଦ୍ଦେଶକ ଓ ସଂଗଠକ ଭୁବନେଶ୍ବରର ଶ୍ରୀମତୀ ଚିନ୍ମୟୀ ଷଢଙ୍ଗୀ। ନାଟ୍ୟକାର, ନିର୍ଦ୍ଦେଶକ ଓ ସଂଗଠକ ଡକ୍ଟର ସମର ମୁଦାଲି, ଯେ କି ରାଉରକେଲାରେ ରହି ନାଟ୍ଯ ସଂସ୍ଥା ସ୍ପନ୍ଦନକୁ ପରିଚାଳନା କରିଆସୁଛନ୍ତି। ସିନେମାର ମୁଖ୍ୟ କଳାକାର ରୂପେ ପରିଚିତ ତଥା ସିନେମା ପ୍ରତୀକ୍ଷାର ଶ୍ରେଷ୍ଠ ଅଭିନେତା ଦୀପନ୍ବିତ ଦାଶମହାପାତ୍ର। କସ୍ତୁରୀର ନାଟକ ଆମେ ସବୁ ମେଣ୍ଢା। ସମାଜର ଦୀର୍ଘ କାଳରୁ ଚେର ମାଡି ବସିଥିବା ଯୌତୁକ ନାମକ କୁତ୍ସିତ ପ୍ରଥାକୁ ନେଇ ବ୍ଯଙ୍ଗାତ୍ମକ ନାଟକ, ଯାହା ଯୌତୁକ ପ୍ରଥାର ଅଧିକୃତ ଅନ୍ଯାୟକୁ ଉଜାଗର କରିବାକୁ ଲକ୍ଷ୍ୟ କରିଛି। ଏହି ନାଟକରେ ବ୍ଯଙ୍ଗ ଓ ମଜାକର ସହିତ ଗମ୍ଭୀର ସାମାଜିକ ପ୍ରସଙ୍ଗ ରହିଛି।
କସ୍ତୁରୀ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କସ୍ତୁରୀର ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତି, ସାଂସ୍କୃତିକ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦଳେଇ, ନାଟକର ପରିକଳ୍ପନା ଓ ନିର୍ଦ୍ଦେଶକ ଅଶୋକ କୁମାର କର, ସହ ନିର୍ଦ୍ଦେଶକ ଅଶୋକ ବଳ, ପାଣ୍ଡବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।