ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଆନନ୍ଦପୁର, ୨୮/୬ : ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଗୁରୁବାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି l ପରିଷଦର ସଭାପତି ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ଆନନ୍ଦପୁର ଉପଜିଲ୍ଲାପାଳ ଫଲ୍ଗୁନୀ ମାଝୀ ଉଦଘାଟନ କରି କହିଥିଲେ ବରିଷ୍ଠ ନାଗରିକମାନେ ସମାଜର ଦିଗଦର୍ଶକ ହୋଇଥିବାରୁ ସେମାନେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ l ତେଣୁ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇଦେବା ରାଷ୍ଟ୍ରର ପରମ କର୍ତ୍ତବ୍ୟ l ଏଥିରେ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଚିକିତ୍ସାଳୟର ଅଧିକ୍ଷକ ଧନେଶ୍ୱର ସେଠୀ ବରିଷ୍ଠ ନାଗରିକମାନେ ସମାଜର ସମ୍ବଳ l 

ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ଅନ୍ୟତମ ଅତିଥି ଭାବରେ ଘସିପୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରା ଯୋଗଦେଇ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ଅରୁଣ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ସଭା ଶେଷରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଶିବିରରେ ଆନନ୍ଦପୁର ଉପଖଣ୍ଡର ବରିଷ୍ଠ ନାଗରିକମାନେ ବହୁ ସଂଖ୍ୟାରେ ଯୋଗଦେଇ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିଲେ l

ଡ଼.ଉଦୟ ଭାସ୍କର ପଣ୍ଡା, ଡ଼. ନୀଳକଣ୍ଠ ତା, ଡ଼. ଆଶୁତୋଷ ରଥ ପ୍ରମୁଖ ବିଶେଷଜ୍ଞମାନେ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ l ପରିଷଦର କର୍ମକର୍ତ୍ତା କୀର୍ତ୍ତନ ବିହାରୀ ସାହୁ, ବିନୋଦ ମିଶ୍ର, ବିନୋଦ ଦାସ, ରବୀନ୍ଦ୍ର ଚାନ୍ଦ, ରାମଚନ୍ଦ୍ର ଜେନା, ଗଗନ ବିହାରୀ ଭଟ୍ଟାଚାର୍ଯ୍ୟ,କିଶୋର ମିଶ୍ର, ରତ୍ନାକର ଦାସ, କୀର୍ତ୍ତନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l