ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଘଟଣା ସମେତ ୪ଟି ଅପରାଧିକ ମାମଲାର ଖୁଲାସା କଲା ରାଉରକେଲା ପୋଲିସ୍

ରାଉରକେଲା, ୨୯/୯ : ଅପହରଣ ଓ ଗଣଦୁଷ୍କର୍ମ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କ ସମେତ ସେକ୍ଟର-୭ ଅଧୀନ, ଛେଣ୍ଡ ପେଟ୍ରୋଲ ପମ୍ପ ପଛପଟ କଳ୍ପତରୁ ଆଶ୍ରମ ରାସ୍ତାରେ ଭିଣୋଇକୁ ସାଳକର ହତ୍ଯା ଘଟଣାରେ ଅଭିଯୁକ୍ତ, ସେକ୍ଟର-୭ ଥାନା ଅଞ୍ଚଳରେ ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଅସଦାଚରଣ ଘଟଣାର ଅଭିଯୁକ୍ତ ଏବଂ ଉଦିତନଗର ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ରାଉରକେଲା ପୋଲିସ୍ ଗିରଫ କରିବା ସମେତ ୪ଟି ଘଟଣା ସମ୍ପର୍କରେ ରାଉରକେଲା ପୋଲିସ ଖୁଲାସା କରିଛି। ରାଉରକେଲା ପୋଲିସ୍ ମୁଖ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ନିତିଶେଖର। ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଶ୍ରୀ ନିତିଶେଖରଙ୍କ ସମେତ ରାଉରକେଲା ଆରକ୍ଷୀ ଅଧୀକ୍ଷକ ତଥା ଡିଆଇଜି ବ୍ରଜେଶ କୁମାର ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିର୍ମଳ ମହାପାତ୍ର ଏବଂ ପାନପୋଷ ଏସଡିପିଓ ଉପାସନା ପାଢୀଙ୍କ ଉପସ୍ଥିତ ଥିଲେ।
ରଘୁନାଥପାଲ୍ଲୀ ଥାନା ଅଞ୍ଚଳର ଗଣଦୁଷ୍କର୍ମ ଘଟଣାରେ ପୀଡିତା ଜଣକ ଦୁଇ ବନ୍ଧୁଙ୍କ ସହ ଏକ ମଲକୁ ଯାଇଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ପୀଡିତା ଘରକୁ ନ ଫେରିବାରୁ ତାଙ୍କ ବାପା ବନ୍ଧୁଙ୍କ ମୋବାଇଲକୁ ଫୋନ କରିଥିଲେ। ଭୋର୍ ୩ଟା ସମୟରେ ପୀଡିତାଙ୍କ ବାପା ଜାଣିବାକୁ ପାଇଲେ ଯେ, ତାଙ୍କ ଝିଅ ହୁରଡାଙ୍ଗ କ୍ଲବରେ ବସିଛନ୍ତି। ତୁରନ୍ତ ସେ ହୁରଡାଙ୍ଗ ଯାଇ ଜାଣିବାକୁ ପାଇଲେ ଯେ, ଜଣେ ଅଭିଯୁକ୍ତ ତାଙ୍କ ଝିଅକୁ ସେଠାରେ ଛାଡି ଯାଇଛି। ତାଙ୍କ ଝିଅକୁ ହୁରଡାଙ୍ଗ କ୍ଲବରେ ବଳପୂର୍ବକ ମଦ ପିଇବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ତା'ପରେ ବାଦଶା ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ଦୁଇ ଅଭିଯୁକ୍ତ ବନ୍ଧୁଙ୍କ ସହ ଅପହରଣ କରାଯାଇଥିଲା।
ଏହାପରେ ପୀଡିତାଙ୍କୁ ସାତ ତାଲା ସମ୍ମୁଖ ଆରଏମସି ପାର୍କ ନିକଟରେ ଏକ ନିର୍ଜନ ସ୍ଥାନକୁ ଯାଇ ଜଣକ ପରେ ଜଣେ ୩ ଜଣ ବ୍ଯକ୍ତି ଦୁଷ୍କର୍ମ କରିଥିଲେ ଏବଂ ପରେ ଅନ୍ୟ ଏକ ସ୍ଥାନରେ ଛାଡି ଦେଇଥିଲେ, ଯେଉଁଠାରୁ ଦୀପକ ସୋନକର ନାମକ ଜଣେ ଅଭିଯୁକ୍ତ ପୀଡିତାଙ୍କୁ ରେଳ ଷ୍ଟେସନ ନିକଟସ୍ଥ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଦୀପକ ସୋନକର ଓ ଅନ୍ଯ ଜଣେ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଅଭିଯୁକ୍ତ ଦୀପକ ସୋନକର ପୀଡିତାଙ୍କୁ ହୁରଡାଙ୍ଗ ବାର୍ ସମ୍ମୁଖରେ ଛାଡି ଦେଇଥିଲେ।
ଖବରପାଇବା ପରେ ପୀଡିତାଙ୍କ ବାପା ତଥା ଘଟଣାର ଅଭିଯୋଗକାରୀ ଝିଅକୁ ଆଘାତଜନିତ ଅବସ୍ଥାରେ ହୁରଡାଙ୍ଗ ବାର୍ ସମ୍ମୁଖରେ ଦେଖିଥିଲେ ଏବଂ ପରେ ପୀଡିତାଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ଏମ୍ ଡି ସୋହେଲ୍ କୁରେଶି ଓରଫ ବାଦଶାହା ଓ ଅନ୍ୟ ୪ଜଣ ତାଙ୍କ ଉପରେ ଦୁଷ୍କର୍ମ କରିଛନ୍ତି ଏବଂ ଏହି ମାମଲା ବାହାରେ ପ୍ରକାଶ ନ କରିବାକୁ ଧମକ ଦେବା ପାଇଁ ପୀଡିତାଙ୍କ ଭିଡିଓ ଏବଂ ଫଟୋ ମଧ୍ଯ ନେଇଛନ୍ତି । ଏହି ରିପୋର୍ଟ ଆଧାରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି ଏସ୍ ନାୟକ ଏକ ଟିମ୍ ଗଠନ କରାଯାଇଥିଲା। ଯେଉଁଥିରେ ଡିଏସପି ଜୋନ୍-୨, ଏସଡିପିଓ ପାନପୋଷ, ରଘୁନାଥପାଲୀ ଥାନା ଆଇଆଇସି, ଉଦିତନଗର ଥାନା ଆଇଆଇସି, ପ୍ଲାଣ୍ଟସାଇଟ୍ ଥାନା ଆଇଆଇସି ଏବଂ ଛେଣ୍ଡ ଥାନା ଆଇଆଇସି ଅନ୍ତର୍ଭୁକ୍ତ ଥିଲେ।
ନାବାଳିକାକା ପୀଡିତାଙ୍କୁ ଡାକ୍ତରୀ ମାଇନା କରାଯିବା ସହ ଅପରାଧ ସ୍ଥଳରୁ ମିଳିଥିବା ଫଳାଫଳ, ସାଇଣ୍ଟିଫିକ ରିପୋର୍ଟ, ଡାକ୍ତରୀ ରିପୋର୍ଟ ଏବଂ ଏକାଧିକ ଚଢାଉ ଆଧାରରେ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଏମ୍ ଡି ସୋହେଲ ଓରଫ ବାଦଶାହା (୨୧ ବର୍ଷ), ଏମ୍ ଡି ଜାରାଇଆତ୍ (୨୨ ବର୍ଷ), ବିନୋଦ କୁମାର ରାମ (୩୫ ବର୍ଷ), ଦୀପକ ସୋନକର (୧୯ ବର୍ଷ), ମହମ୍ମଦ ଦାନିଶ (୨୪ ବର୍ଷ) ଏବଂ ଆଫତାବ ଖାନ୍। ଏହି ଘଟଣାରେ ପୋଲିସ୍ ଗୋଟିଏ ରୟାଲ ଏନଫିଲଡ୍ ମୋଟର ସାଇକେଲ ଜବତ୍ କରିବା ସହ ହୁରଡାଙ୍ଗ ବାରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସିଲ୍ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ପୋଲିସ୍ ଡିଆଇଜି ନୀତି ଶେଖର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।