ଆସନ୍ତାକାଲି ଭାରତ ବନ୍ଦ ଡାକରା , ସାମିଲ ହେବେ ୩୦ରୁ ଊର୍ଦ୍ଧ ସଂଗଠନ

ଆସନ୍ତାକାଲି ଭାରତ ବନ୍ଦ ଡାକରା , ସାମିଲ ହେବେ ୩୦ରୁ ଊର୍ଦ୍ଧ ସଂଗଠନ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା),୨୦/୮ : ଆସନ୍ତା ୨୧ତାରିଖରେ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ଭୀମ ଆର୍ମି ସମ୍ବଲପୁର ଜିଲ୍ଲା ଓ ମୂଳ ନିବାସୀ ସେନା l ଆସନ୍ତା ୨୧ତାରିଖରେ ଅଖିଳ ଭାରତୀୟ ଏସଟି ଏସସି ସମ୍ୱନ୍ମୟ ସମିତିର ଆହ୍ୱାନ କ୍ରମେ ସମ୍ବଲପୁରରେ ଭୀମ ଆର୍ମି, ମୂଳ ନିବାସୀ ସେନା ତଥା ଏହାର ବିଭିନ୍ନ ସମର୍ଥିତ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନର ଡାକରା ଦିଆଯାଇଛି l

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯିବ l ଏ ନେଇ ଆଜି ସମ୍ବଲପୁର ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୀମ ଆର୍ମି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ଏଥିପାଇଁ ଆସନ୍ତା ୨୧ତାରିଖରେ ଗାଡି, ମୋଟର, ଯାତ୍ରୀବାହି ବସ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସବୁ ବନ୍ଦ କରିବାକୁ ଭୀମ ଆର୍ମି ଡାକରା ଦେଇଛି l 

ଏହି ଦିନ ରେଳ ରୋକ ମଧ୍ୟ କରାଯିବ ତେବେ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି l ଏ ନେଇ ଏକ ଏକ ପ୍ରେସ ରିଲିଜ ଜାରି କରାଯାଇଛି l