ମା’ଭୁବନେଶ୍ୱରୀ ଓମେନସ୍ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ

ମା’ଭୁବନେଶ୍ୱରୀ ଓମେନସ୍ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ

ଭୁବନେଶ୍ବର,୧୯/୮ :  ମାଭୁବନେଶ୍ୱରୀ ଓମେନସ୍ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ପିପିଲିଠାରେ ସିରିଆପୁରଠାରେ ଅବସ୍ଥିତ ବରିଷ୍ଠ ନାଗରିକ ସେବାଶ୍ରମରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି ।

ସେଠାରେ  ବହୁ ବୟସ୍କ ବ୍ୟକ୍ତି ରହିବା ସହ ମସ୍ତିଷ୍କ ବିକୃତିର ସଦସ୍ୟ ମଧ୍ୟ ରହିଛନ୍ତି ।   

ସେମାନଙ୍କ ରକ୍ଷାବନ୍ଧନକୁ ନୂତନ ରୂପେ ପାଳନ କରିଛି ମାଭୁବନେଶ୍ୱରୀ ଓମେନସ୍ ଆସୋସିଏସନ୍।  ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବା ସକିଛି ସୁଖିଲା ଖାଦ୍ୟ ଓ ଫଳ ରସ ସମସ୍ତଙ୍କୁ ଦିଆଯାଇଥିଲା ।

ଏଥିରେ ସହଯୋଗର ହାତ ବଢାଇଥିଲେ ଆସୋସିଏସନର ସଭାପତି ସ୍ବେତପଦ୍ମା ମିଶ୍ର, ସମ୍ପାଦିକା ଶ୍ରଦ୍ଧାଞ୍ଜଳି ଦାସ, ଲେଖାଗାର ପ୍ରିୟଦର୍ଶିନୀ ସାହୁ, ସାଂସ୍କୃତିକ ସମ୍ପାଦିକା ସୁନା ମହାନ୍ତି, ଆଡଭାଇଜର ନିରୁପମା ଜେନା ।

ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ବାସୁଦେ ସେଠୀ, ସନ୍ତୋଷୀ ଜାଲି, ରାକେଶ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । 

ପରିଶେଷରେ ବରିଷ୍ଠ ନାଗରିକ ଆବାସକୁ ସୂଚାରୁ ଭାବରେ କାର୍ଯ୍ୟ ନିର୍ବାହ କରୁଥିବା ସବିତା ଓ ସ୍ବପ୍ନା ବେହେରାଙ୍କୁ ଆସୋସିଏସନ ପକ୍ଷରୁ ପ୍ରିତିଭରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।