ଗୋଷ୍ଠୀ ସହାୟିକାଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଗୋଷ୍ଠୀ ସହାୟିକାଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଖୁଣ୍ଟା, ୨୬/୯ : ଦୀର୍ଘ ମାସ ଧରି ଦରମା ପାଇବାରୁ ବଞ୍ଚିତ ରହିଥିବା ଘଟଣାକୁ ବିରୋଧ କରିଛି ଗୋଷ୍ଠୀ ସହାୟିକା ବା କମ୍ୟୁନିଟି ସାପୋର୍ଟ ଷ୍ଟାପ । ଯାହାକୁ ନେଇ ସଂଘ ପକ୍ଷରୁ ଆସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ଏଲ ଏଫପିମାନେ । ଅନ୍ୟ ଜିଲ୍ଲାରେ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକର ଗୋଷ୍ଠୀ ସହାୟିକା ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ବାବଦରେ ସମ୍ପୃକ୍ତ ବ୍ଲକର ବିଡିଓ ଓ ସିଡିପିଓମାନଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି l 

ଗୋପବନ୍ଧୁ ନଗର ବ୍ଲକସ୍ତରୀୟ ଗ୍ରାମ ପଞ୍ଚାୟତ ଫେଡ଼ରେସନ କର୍ମୀ ସଂଘ ପକ୍ଷରୁ ୧୨୦ରୁ ଅଧିକ ଏମବିକେ , ସିଆରପି ଓ ବ୍ୟାଙ୍କ ମିତ୍ରଙ୍କ ପକ୍ଷରୁ ବୁଧବାର ବିଡ଼ିଓ କରୁଣାକର ଧିନ୍ଦା ଓ ସିଡ଼ିପିଓ ସୁଜାତା ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କ କାର୍ଯ୍ୟ ବନ୍ଦ ଫଳରେ ସ୍ୱୟଂ ସହାୟିକା ଗୋଷ୍ଠୀ , ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରୀୟ ଫେଡ଼ରେସନମାନଙ୍କୁ ଋଣ ପ୍ରଦାନ, କିସ୍ତି ପୈଠ, ଅଡ଼ିଟ, ଏସଏଚଜିମାନଙ୍କର ତଥ୍ୟର କମ୍ପ୍ୟୁଟରୀକରଣ ଓ ସଚେତନତା ଆଦି ବିଭିନ୍ନ ମହିଳା ସଶକ୍ତିକରଣ କାର୍ଯ୍ୟ ବନ୍ଦ ଜାରି ରହିବ ବୋଲି ସଂଘ ପକ୍ଷରୁ ପ୍ରଦତ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ।