ଆଧ୍ୟାତ୍ମିକ ସମ୍ମିଳନୀରେ ଡଃ ତିରୁପତି ପାଣିଗ୍ରାହୀ ସମ୍ବର୍ଦ୍ଧିତ
ଭୁବନେଶ୍ବର,୨୪/୨ : ଭୁବନେଶ୍ଵରସ୍ଥିତ କ୍ରିଷ୍ଟାଲ କ୍ରାଉନ ସମ୍ମିଳନୀ କକ୍ଷରେ ଆଧ୍ୟାତ୍ମିକ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଵାମୀ ବ୍ରହ୍ମାନନ୍ଦ ସରସ୍ୱତୀଜୀ, ପୁରୀ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାଶ, ସ୍ୱାମୀ ଶଙ୍କରାନନ୍ଦ ଗିରି, ସ୍ଵାମୀ ସତ୍ୟାନନ୍ଦ ମହାରାଜ, ସ୍ଵାମୀ ସୁବଳ ମହାରାଜ ଯୋଗଦାନ କରିଥିଲେ ।
ପୂଜନୀୟା ମହାନ ସାଧୁ ରାସେଶ୍ଵରୀ ଦେବୀଜୀ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଡଃ ତିରୁପତି ପାଣିଗ୍ରାହୀ ଆଧ୍ୟାତ୍ମିକ ଜୀବନ ପ୍ରତିଟି ମଣିଷର ପ୍ରଥମ ସୋପାନ ହେବା ଦରକାର ଏବଂ ଅଧ୍ୟାତ୍ମିକତା ମଣିଷ ଜୀବନକୁ ଶୃଙ୍ଖଳିତ କରେ ବୋଲି କହିଛନ୍ତି ।

Editor 


