ବାପାଙ୍କ ସ୍ମୁତିରେ ଗଛ ଟିଏ

ବାପାଙ୍କ ସ୍ମୁତିରେ ଗଛ ଟିଏ

କେନ୍ଦ୍ରାପଡ଼ା,୯/୧୦ : ବାପା ଗୋଟିଏ ପଦବୀ ନୁହେଁ, ସବୁ ପିଲାମାନଙ୍କ ପାଇଁ ଛାତ ସଦୃଶ ତାଙ୍କର ଜୀବନ l ଏହିପରି ଜଣେ ବାପା ହେଉଛନ୍ତି କଟକ ଜିଲ୍ଲାର କଟିକଟା ବଜାର ନିକଟସ୍ଥ ବନ୍ତଳା ଗ୍ରାମର ସହଦେବ ସାମଲ l ଜଣେ ମେଳାପୀ ଓ ନିସ୍ଵାର୍ଥପର ଓ ପରୋପକାରୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା l  

ଭଗବାନଙ୍କ ନିର୍ଦେଶ କିଛି ଅଲଗା ଥିଲା, ଗତ ମାସ ୨୭ତାରିଖରେ ତାଙ୍କର ବିୟୋଗ ଘଟେ ଯାହା ଅଂଚଳବାସୀ ଓ ପରିବାରକୁ ଶକ୍ତ ଧକ୍କା ଦେଇଥାଏ l ତାଙ୍କରି ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକ୍ରମ(ବାପାଙ୍କ ସ୍ମୃତିରେ ଗଛଟିଏ) l ଏହି କାର୍ଯ୍ୟକ୍ରମରେ ତାଙ୍କର ଦୁଇ ସୁପୁତ୍ର ପବିତ୍ର ସାମଲ ଓ ସୁବ୍ରତ ସାମଲଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି କିଛି ଫଳ ଚାରା ପ୍ରଦାନ କରିଥିଲେ ଓ ଦୁଇ ପୁଅଙ୍କଠାରୁ ବାର୍ତ୍ତା ରଖିଥିଲେ କି ଆମେ ବାପାଙ୍କ ପାଇଁ ଗଛ ଲଗାଇବୁ ଓ ଏହାର ଯତ୍ନ ନେଇ ପରିବେଶର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବୁ l ଟ୍ରଷ୍ଟର ଏହି ମହାନ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯଇଥିଲା l ଗ୍ରାମବାସୀମାନେ ଆସି ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ l