ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଖିଳେଶ ଯାଦବ
ଭୁବନେଶ୍ବର,୧୬/୧ : ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ଦଳର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ଅପରାହ୍ନରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।
ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଖିଳେଶ ଯାଦବ ତାଙ୍କର କିଛି କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରର ଏକ ଘରୋଇ ହୋଟେଲ କାର୍ଯ୍ୟକ୍ରମରେ ଯୋଗଦେବେ ଅଖିଳେଶ ।

Editor 


