ତେଜରାତି ଦୋକାନରୁ ଚୋରି କରି ଯୁବକ ଗିରଫ

ତେଜରାତି ଦୋକାନରୁ ଚୋରି କରି ଯୁବକ ଗିରଫ

ଭୁବନେଶ୍ବର, ୨୯/୪ : ତେଜରାତି ଦୋକାନରୁ ଚୋରି କରିବା ଅଭିଯୋଗ ଭରତପୁର ଥାନା ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ଭରତପୁର ଥାନା ଅନ୍ତର୍ଗତ ସତ୍ୟନଗର ଗ୍ରାମର ଲୋକନାଥ ବେହେରାଙ୍କ ପୁଅ ଦେବରାଜ (୨୧) । ଭରତପୁର ଥାନା ପୁଲିସ ଅଭିଯୋଗକାରୀ କୁମାର କେତନ ରାଉତଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ଭରତପୁର ଥାନା ଅନ୍ତର୍ଗତ କୁମୁଦିନୀ ନିବାସ ନିକଟରେ ଗୋଟିଏ ତେଜରାତି ଦୋକାନ ଅଛି । ଗତ ୧୧ତାରିଖ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ସୁଯୋଗ ଦେଖି ଉକ୍ତ ଦୋକାନରେ ପଶିଥିଲେ ଓ ସେଠାରୁ କିଛି ଦୋକାନ ସାମଗ୍ରୀ ସହିତ ୭୦୦୦ଟଙ୍କା ଚୋରୀ କରି ନେଇଯାଇଥିଲେ। ଘଟଣା ଦିନ ଭୋର ସମୟରେ ଅଭିଯୋଗକାରୀ ତାଙ୍କର ଦୋକାନ ଖୋଲିବା ପରେ ଚୋରୀ ହୋଇଥିବା ଜାଣିଥିଲେ ଓ ଏ ନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

ଭରତପୁର ଥାନା ପୁଲିସ ଏହି ମାମଲାର ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବରପାଇ ଦେବରାଜକୁ ତାଙ୍କ ଘରୁ ଗିରଫ କରିବା ସହ ତାଙ୍କ ହେପାଜତରୁ ୫୨୦୦ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଚୋରୀ କରିଥିବା ନେଇ ନିଜର ଅପରାଧ ସ୍ଵୀକାର କରିବା ସହ ତାଙ୍କର ଟଙ୍କା ଅତ୍ୟନ୍ତ ଜରୁରୀ ଥିବାରୁ ସେ ସୁଯୋଗ ଦେଖି ଅଭିଯୋଗକାରୀଙ୍କର ଦୋକାନରୁ ଚୋରି କରିଥିଲେ ଓ ଚୋରୀ ସାମଗ୍ରୀକୁ ଜଣେ ଅଜଣା ବ୍ୟକ୍ତିଙ୍କୁ ବିକ୍ରୟ କରିଥିବା ଦର୍ଶାଇଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।