ନାବାଳିକାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ସ୍କୁଲ ଭ୍ୟାନ୍ ଡ୍ରାଇଭର

ନାବାଳିକାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ସ୍କୁଲ ଭ୍ୟାନ୍ ଡ୍ରାଇଭର

ଭୁବନେଶ୍ବର,୩୦/୮ : ବନ୍ଧା ହେଲେ ସ୍କୁଲ ଭ୍ୟାନ୍ ଡ୍ରାଇଭର । ନାବାଳିକାଙ୍କୁ ଅସଦାଚରଣ କରି ହେଲେ ହଟ୍ଟହଟ୍ଟା । ଅଭିଯୁକ୍ତ ସଞ୍ଜୟ ମହାନ୍ତିକୁ ଗିରଫ କରିଛି ପାହାଳ ଥାନା ପୋଲିସ ।

ସୂଚନା ଅନୁସାରେ, ଅଭିଯୁକ୍ତ ସଞ୍ଜୟ ମହାନ୍ତି ଅଭିଯୋଗକାରୀଙ୍କ ଝିଅ ପଢୁଥିବା ସ୍କୁଲରେ ସ୍କୁଲ ଭ୍ୟାନ୍ ଡ୍ରାଇଭର ଭାବରେ କାମ କରି ଆସୁଥିଲେ । ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କର ୭ବର୍ଷର ନାବାଳିକା ଝିଅକୁ ସ୍କୁଲ ଭ୍ୟାନ୍ ରେ ଯିବା ସମୟରେ ଅସଦାଚରଣ କରୁଥିଲେ । ତଦନ୍ତ ପରେ, ଘଟଣାଟି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାପଡିଥିଲା, ଯେଉଁଠାରେ ଅଭିଯୁକ୍ତ ତାଙ୍କ ଦୋଷ ସ୍ୱୀକାର କରିଥିଲେ।

ତଦନ୍ତ ସମୟରେ, ଆଜି ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ପଚରାଉଚରା କରିବା ପରେ ସେ ଅପରାଧ ସ୍ୱୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।