ବାଇକ୍ ଲୁଟେରା ଗିରଫ, ଚୋରି ବାଇକ୍ ଜବତ

ବାଇକ୍ ଲୁଟେରା ଗିରଫ, ଚୋରି ବାଇକ୍ ଜବତ

ଭୁବନେଶ୍ବର,୨୮/୫ : ଭରତପୁର ଥାନା ପୁଲିସ ଏକ ବାଇକ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି । 

ଲୁଟେରା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବୈଦନାଥପୁର ଥାନା ଅନ୍ତର୍ଗତ ନାରାୟଣ ଦାସଙ୍କ ପୁଅ ସୋମ୍ୟରଞ୍ଜନ (୨୬) ବୋଲି ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ସୂଚନା ଅନୁଯାୟୀ, ତାରିଣୀ ପ୍ରସାଦ ବେହେରା ନାମକ ଜଣେ ଯୁବକ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟକାଳୀ ବସ୍ତିରେ ରୁହୁଥିବାବେଳେ ଭରତପୁର ଥାନା ଅନ୍ତର୍ଗତ ସାମପୁରଠାରେ ଥିବା ମିଲନ ଟ୍ରାନ୍ସପୋର୍ଟ୍ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଗତକାଲି ମଧ୍ୟାହ୍ନରେ ତାରିଣୀ ପ୍ରସାଦ ନିଜ ପଲସର ମୋଟରସାଇକେଲକୁ ଅଫିସ ସମ୍ମୁଖରେ ପାର୍କିଂ କରି ଅଫିସ କାମ ଲାଗି ଭିତରକୁ ଯାଇଥିଲେ । ଏହି ସମୟରେ ସୋମ୍ୟରଞ୍ଜନ ଡୁପ୍ଲିକେଟ ଚାବି ବ୍ୟବହାର କରି କୌଶଳକ୍ରମେ ତାଙ୍କ ମୋଟରସାଇକେଲକୁ ସେଠାରୁ ଚୋରି କରି ନେଇଯାଇଥିଲେ । ପରେ ତାରିଣୀ ନିଜ ମୋଟରସାଇକେଲକୁ ଅଖାପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଉ ପାଇନଥିଲେ । ପରେ ସେ ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । 

ପୁଲିସ ମାମାଲାର ତଦନ୍ତ କରିବା ସହ ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ସମ୍ ହସ୍ପିଟାଲ ପଛ ପାଖରେ ଥିବା ବାଗା ପାର୍କ ନିକଟରେ ଅତର୍କିତ ଚଢଉ କରିଥିଲା । ଏଥିରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ, ତାଙ୍କ ନିକଟରୁ ସମ୍ପୃକ୍ତ ଚୋରା ମୋଟରସାଇକେଲକୁ ମଧ୍ୟ ଜବତ କରିଥିଲା । ପଚରାଉଚରାବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ ।