ସମ୍ବଲପୁରରେ ୧୪୦ ଗ୍ରାମ ବାଉନ ସୁଗର ଜବତ, ଜଣେ ଗିରଫ

ସମ୍ବଲପୁରରେ ୧୪୦ ଗ୍ରାମ ବାଉନ ସୁଗର ଜବତ, ଜଣେ ଗିରଫ

ସମ୍ବଲପୁର, ୧୨/୧୧ : କୋଲକାତାରୁ ସମ୍ବଲପୁରକୁ ବ୍ରାଉନ ସୁଗର ଚାଳାଣ ବେଳେ ଧରିଲା ଅବକାରୀ ବିଭାଗ । ୧୪୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଜଵତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କାର ବୋଲି ସୂଚନା ଦିଆଯାଇଛି । କୋଲକାତାରୁ ଇସ୍ପାତ ଟ୍ରେନ ଯୋଗେ ୨ ଜଣ ଯୁବକ ସମ୍ବଲପୁରକୁ ବ୍ରାଉନ ସୁଗର ଚାଲାଣ କରୁଥିଲେ ।

ଅବକାରୀ ବିଭାଗ ଟ୍ରେନରେ ଚଢଉବେଳେ ସମ୍ବଲପୁର ଫାଟକ ନିକଟରେ ଉଭୟ ଫେରାର ମାରିଥିଲେ । ତେବେ ଆଜି ସକାଳୁ ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଏସକେ ସବିରକୁ ସୁନାପାଲି ଅଂଚଳରୁ କାବୁ କରିବା ସହ କୋଟ ଚାଲାଣ କରିଛି ଅବକାରୀ ବିଭାଗ । ଅନ୍ୟ ଜଣେ ଫେରାର ରହିଛି ।