ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ବିଜ୍ଞପ୍ତି

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୯/୪ : ରାଜ୍ୟରେ ତୃତୀୟ ଓ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୫ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଆଜି ବିଜ୍ଞପ୍ତି ଜାରି ହେବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ।

ସମ୍ବଲପୁର , କେନ୍ଦୁଝର, ଢେଙ୍କାନାଳ, କଟକ , ପୁରୀ , ଭୁବନେଶ୍ଵର ଲୋକସଭା କ୍ଷେତ୍ର ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ । ଦେଶରେ ଷଷ୍ଠ ପର୍ଯ୍ୟାୟରେ ୫୭ ସଂସଦୀୟ କ୍ଷେତ୍ରରେ ଭୋଟ୍ ହେବ । ଆଜିଠୁ ନାମାଙ୍କନ ରହିଥିବାବେଳେ ମେ ୬ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମେ ୭ରେ ଯାଞ୍ଚ ଓ ୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।