ୱିଶ୍ ମହିଳା ସାମାଜିକ ସେବା ସଂଗଠନର ନବମ ଓ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ୱିଶ୍ ମହିଳା ସାମାଜିକ ସେବା ସଂଗଠନର ନବମ ଓ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର, ୧୬/୧୧ : ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ବୁଲନ୍ ଭାଇ ସେବା ସଦନଠାରେ ଶୁକ୍ରବାର ୱିଶ୍ ମହିଳା ସାମାଜିକ ସେବା ସଂଗଠନର ନବମ ଓ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଶୋଭନୀୟ ଆଶ୍ରମର ମୂଖ୍ୟ ଗୁରୁମା ଅରୁନ୍ଧତୀ ଦେବୀ, କାଦମ୍ବିନୀ ଓଡ଼ିଆ ମାସିକ ପ୍ରତିକାର ସମ୍ପାଦିକା ଇତି ସାମନ୍ତ , ଓଡ଼ିଶାର ସୁନାମଧନ୍ୟା ଅର୍ଜୁନ ପୁରସ୍କାର ବିଜେତା ମିନତୀ ମହାପାତ୍ର ଯୋଗଦେଇ ୱିଶ୍ ଅନୁଷ୍ଠାନର ତ୍ୟାଗ ପୂତ ସମାଜ ସେବାକୁ ପ୍ରଶଂସା କରିବା ସହିତ ଆଲୋଚନା ମଧ୍ୟ କରିଥିଲେ ।

ୱିଶ୍ ର ଅଧ୍ୟକ୍ଷା ଅନୁସୃତା ସିଂଦେଓ ସ୍ଵାଗତ ଭାଷଣ ଦେଇ ଅତିଥିଙ୍କ ପରିଚୟ ସହିତ ସମାଜସେବା ହିଁ ଜୀବନର ମୂଲ୍ୟ ବୋଧ ବୋଲି ପ୍ରକାଶ କରିଥିଲେ । ଏହି ବାର୍ଷିକ ଉତ୍ସବରେ ପ୍ରାୟ ୧୫ଜଣ ସମାଜ ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନୀତ କରାଯାଇଥିଲା । ହୃଦ୍‌ରୋଗ ବିଶେଷଜ୍ଞ ପ୍ରଭାତ୍ କୁମାର ଦାସଙ୍କୁ କଳିଙ୍ଗ ଗୌରବ ସମ୍ମାନ, ଡେଜି ଶତପଥୀଙ୍କୁ ଜଗତ କଲ୍ୟାଣୀ ସମ୍ମାନ, ଶୁଭଶ୍ରୀ ପଟ୍ଟନାୟକଙ୍କୁ କର୍ମ ପ୍ରବୀଣା ସମ୍ମାନ, ଶ୍ରୀଦେବ ଦତ୍ତ ରଥଙ୍କୁ ସାରସ୍ଵତ ସିଦ୍ଧି ସମ୍ମାନ, ଲକ୍ଷ୍ମୀପ୍ରିୟା ଗୌଡ଼ଙ୍କୁ ପରଶମଣି ସମ୍ମାନ, ସୂର୍ଯ୍ୟ ରାଉଳଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ, ଲିଲି ଜେନାମଣିଙ୍କୁ କର୍ମବୀର ସମ୍ମାନ, ଅଧ୍ୟାପିକା ତଥା ଗବେଷିକା ହିମାଦ୍ରୀ ତନୟା ମିଶ୍ରଙ୍କୁ ମହିଳା ପ୍ରତିଭା ସମ୍ମାନ, ସଞ୍ଜୟ ବିଶୋୟୀଙ୍କୁ କମି ପ୍ରବୀଣ ସମ୍ମାନ, ଅହମ୍ମଦ ଅଲ୍ଲୀଙ୍କୁ ସୁରକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା' । ଏଥିସହିତ ୱିଶ୍ ଅନୁଷ୍ଠାନର ସଦସ୍ୟାମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

କବିତା ପାଠୋତ୍ସବରେ କବିତା ପାଠ କରିଥିବା ସମସ୍ତ କବିମାନଙ୍କୁ ମାନପତ୍ର ସହିତ ପୁରୁସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ସୌଭାଗ୍ୟବତୀ ମହାପାତ୍ର, ସଂପାଦିକା ରୋହିଣୀ ସିଂଦେଓ ସହ ସଂପାଦିକା । ପ୍ରିୟଙ୍କା ସିଂଦେଓ, ସାରସ୍ବତ ସମାଜର ପ୍ରତିଷ୍ଠାତା ସରୋଜ ରଞ୍ଜନ ପଟ୍ଟନାୟକ, ସଦସ୍ୟା ଦିପୀକା ମହାନ୍ତି, ମୟୁରାକ୍ଷୀ ଦାସ, ପଙ୍କଜିନୀ ପଟ୍ଟନାୟକ, ସୁଚିସ୍ମିତା ମହାନ୍ତି, ପୁଷ୍ପଲତା, ମୁଖ୍ୟ ସଂଯୋଜିକା ଶୁଭ୍ରା ନନ୍ଦ ସହିତ ଅନେକ ଶୁଭେଛୁ ମିଶି ଆଗେଇ ନେଇଥିଲେ I ୱିଶ୍ ଏକ ଅନନ୍ୟ ସମାଜ ସେବାର ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ।

ବୃଦ୍ଧାଶ୍ରମ, ଅନାଥାଶ୍ରମ, ବୃକ୍ଷରୋପଣ ରକ୍ତଦାନ, ସମାଜର ନିମ୍ନ ସ୍ତରରେ ଥିବା ମଣିଷମାନଙ୍କର ମଙ୍ଗଳ କାର୍ଯ୍ୟ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରି ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଆସୁଛି । ଭବିଷ୍ୟତରେ ମଧ୍ୟ ସମାଜସେବାର ଅନେକ ସୁକାର୍ଯ୍ୟର ସ୍ବପ୍ନ ରଖିଅଛି । ଅଧ୍ୟକ୍ଷା ଅନୁସୃତା ସିଂଦେଓ ଜଣେ ମିଷ୍ଟଭାଷୀ, ସ୍ନେହି ଓ ପରୋପକାରୀ ଭାବରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ କରି ଆଗେଇ ନେଉଥିବାରୁ ୱିଶ୍ ଭବିଷ୍ୟତ ପାଇଁ ସମାଜସେବାର ଏକ ଜ୍ଵଳନ୍ତ ନିଦର୍ଶନ ଭାବରେ କାର୍ଯ୍ୟ କରିବ ଏହାର ଦ୍ଵିରୋକ୍ତି ନାହିଁ।