ସ୍ଵୟମ ଟ୍ରଷ୍ଟ ଓ ସହିଦନଗର ଦୁର୍ଗାପୂଜା ସମିତି ମିଳିତ ପ୍ରୟାସରେ ଗରିବ ପିଲାମାନଙ୍କୁ ଡ୍ରେସ୍ ପ୍ରଦାନ

ଭୁବନେଶ୍ବର, ୧/୨ : ଆସନ୍ତାକାଲି ପବିତ୍ର ସରସ୍ଵତୀ ପୂଜା ଅବସରରେ ସ୍ଵୟମ ଟ୍ରଷ୍ଟ ଓ ସହିଦନଗର ଦୁର୍ଗାପୂଜା ସମିତି ମିଳିତ ପ୍ରୟାସରେ ସହିଦନଗରରେ ବସବାସ କରୁଥିବା ଗରିବ ପିଲାମାନଙ୍କୁ ଶନିବାର ଡ୍ରେସ ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଦୁର୍ଗାପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଵୟମର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ଉପଦେଷ୍ଟା ସୁଧୀର କୁମାର ଶତପଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ କର୍ପୋରେଟର ଉମା ମିଶ୍ର, ସାସ୍ଵତୀ ମିଶ୍ର, ନରେନ ସାହୁ, ଦୁର୍ଗାପୂଜା ସମିତିର ସଭାପତି ହେମନ୍ତ କୁମାର ପରିଡା, ସଂପାଦକ ସଚ୍ଚିନନ୍ଦନ ନାୟକ, ପୂର୍ବତନ ସଂପାଦକ ଡ଼ ନାରାୟଣ ମହାପାତ୍ର, ଯୁଗ୍ମ ସଂପାଦକ ବିଶ୍ଵପ୍ରସାଦ ମହାନ୍ତି, ଉପସଭାପତି ଚନ୍ଦନ ପାଲିତ, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ଦାସ,ଦିଲ୍ଲୀପ କୁମାର ଦାସ, ମହେଶ୍ଵର ମହାନ୍ତି, ଆଶିଷ ମହାପାତ୍ର, ଦିଲୀପ ମଲ୍ଲିକ, ସୁବ୍ରତ ସିଂ, ଆଶୁତୋଷ ଦାସ, ବିଭୂତି ମିଶ୍ର, ଜୀତେନ୍ଦ୍ର ରଥ, ଜିତେନ୍ଦ୍ର ରାଓ, ଗୋପାଳ ମହାନ୍ତି ଏବଂ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଟ୍ରଷ୍ଟର ସଦସ୍ୟ ଯୋଗ ଦେଇଥିଲେ ।
ତେବେ ୨ ବର୍ଷରୁ ୧୩ବର୍ଷ ମଧ୍ୟରେ ପ୍ରାୟ ୨ଶହ ଜଣ ପିଲାଙ୍କୁ ନୂତନ ଡ୍ରେସ ବଣ୍ଟନ କରାଯାଇଥିବାବେଳେ ତାଙ୍କର ପିତାମାତା ଖୁସି ପ୍ରକଟ କରିଥିଲେ। ଆଗାମୀ ଦିନରେ ଏହିପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରାଯିବ ଓ ସହିଦନଗର ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଓ ଉନ୍ନୟନ ପାଇଁ ସମିତି ପକ୍ଷରୁ ସବୁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମ୍ପାଦକ ସଚି ନନ୍ଦନ ନାୟକ ପ୍ରକାଶ କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I