ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ମା’ ଲକ୍ଷ୍ମୀଙ୍କ ଭସାଣି ଅନୁଷ୍ଠିତ

ଭୁବନେଶ୍ବର,୧୨/୧୦ : ଆଜି ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ପବିତ୍ର ମା’ ଲକ୍ଷ୍ମୀ ପ୍ରତିମାଙ୍କ ଭସାଣି ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ସମିତି ପକ୍ଷରୁ ଅକ୍ଟୋବର ୬ତାରିଖଠାରୁ ୧୧ତାରିଖ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟା ରେ ସନ୍ଧ୍ୟା ୬ଟା ୩0ରୁ ରାତି ୧୦ଟା ସମୟରେ ପ୍ରବଚନ ପରିବେଷଣ କରୁଥିଲେ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ସାହୁ । ୧୨ତାରିଖ ତଥା ଆଜି ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ସହିଦନଗର ଭିତରେ ଆୟୋଜିତ ହୋଇ ଶେଷ ହୋଇଛି I ଏହି ଉତ୍ସବରେ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା’ଙ୍କୁ ରୋଷଣୀ କରି ସହିଦନଗର ଭିତରେ ଶୋଭାଯାତ୍ରା ବାହାରି ଭ୍ରମଣ କରିଥିଲେ I ଶେଷରେ ମା’ଙ୍କ ଅଳଙ୍କାରକୁ ସମିତିରେ ରଖି ମା’ଙ୍କୁ ବିସର୍ଜନ ପାଇଁ ସମସ୍ତେ ବାହାରିଥିଲେ l ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ହେମନ୍ତ କୁମାର ପରିଡ଼ା, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପାତ୍ର, ସମ୍ପାଦକ ସଚ୍ଚି ନନ୍ଦନ ନାୟକ, ଉପଦେଷ୍ଟା ମନୋରଞ୍ଜନ ଦାସ, ସୁରେଶ ଦାସ, ସୁଧୀର କୁମାର ଶତପଥୀ, ଉପସଭାପତି ଅଚ୍ୟୁତ ପ୍ରସାଦ ବେହେରା, ଯୁଗ୍ମସଂପାଦକ ବିଶ୍ଵପ୍ରସାଦ ମହାନ୍ତି, ମହେନ୍ଦ୍ର ତ୍ରିପାଠୀ, ସୁଦର୍ଶନ ସାହୁ, ବିଶ୍ଵ ପ୍ରସାଦ ରାୟ, ରଞ୍ଜନ ମହାପାତ୍ର, ହରିଶ ପ୍ରସାଦ ରଥ, ଦିଲ୍ଲୀପ କୁମାର ଦାସ, ଅଭିଷେକ ପ୍ରଧାନ, ଲଳିତ ଖୁଣ୍ଟିଆ, ସୀତାକାନ୍ତ ମହାପାତ୍ର, ରୋହନ, ହେମନ୍ତ ମଲ୍ଲିଆ, ଜିତେନ୍ଦ୍ର ରାଓ, ଆଦର୍ଶ ପଟ୍ଟନାୟକ, ଆକାଶ, ଦୀପଂକର ମହାପାତ୍ର, ରାମନାରାୟଣ ମହାପାତ୍ର, ଶକ୍ତି ପ୍ରସାଦ, ସନ୍ଦୀପ, ସୁନୀଲ ସେଠୀ ଓ ବୋହୁ ଶ୍ରଦ୍ଧାଳୁ, ସଭ୍ଯ ଏହି ଉତ୍ସବରେ ଯୋଗଦାନ କରିଥିଲେ I ସମିତିର ସମ୍ପାଦକ, ଗଣମାଧ୍ୟମ ପ୍ରତିନିଧି, ପୋଲିସ ପ୍ରଶାସନ, BMC ଓ ରାଜ୍ୟ ସରକାର ସହଯୋଗ କରିଥିବାରୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି I