ଅଲ୍ ଓଡ଼ିଶା ଇପିଏଫ ପେନସନର ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା), ୧୬/୧୧ : ଇପିଏଫ ପେନସନରଙ୍କ ମାସିକ ସର୍ବନିମ୍ନ ପେନସନ ୯ହଜାର ଟଙ୍କା କରିବା ଦାବି ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଅଲ୍ ଓଡ଼ିଶା ଇପିଏଫ ପେନସନର ଆସୋସିଏସନ୍ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆସୋସିଏସନ୍ ପକ୍ଷରୁ ସହରର ମ୍ୟୁନିସିପାଲଟି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସୋସିଏସନର ସଭ୍ୟମାନେ ଯାଇ ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ବିଶେଷ କରି ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ଦ୍ଧିତ ପେନସନ ଲାଗୁ ପାଇଁ ଦାବି କରାଯାଇଛି । ତେବେ ଶେଷରେ ଆସୋସିଏସନ୍ ପକ୍ଷରୁ ଏହି ସବୁ ବିଭିନ୍ନ ଦାବି ପୂରଣ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଦାନ କରାଯାଇଛି।