ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ

ବାରିପଦା,୧୫/୧୨ : ମୟୂରଭଞ୍ଜ ଜିଲ୍ଲାରେ ଏବେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଫଳରେ ଜନସାଧାରଣଙ୍କୁ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି । ଏହାର ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତାପମାତ୍ରା ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ସେଠାରେ ଘାସ ଉପରେ କୁହୁଡି ପାଣି ବରଫ ପାଲଟି ଧଳା ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି।
ଏ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଶନିବାର ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟର ଉପର ବାରହା କାମୁଡାଠାରେ ସର୍ବନିମ୍ନ ୩ ଡିଗ୍ରୀ ସେଲସିୟସସ ତାପମାତ୍ରା ରେକର୍ଡ଼ ହୋଇଥିବାର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଏନେଇ ସୂଚନା ଦେଇଛନ୍ତି।