ସୁନ୍ଦରଗଡ଼ରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

ସୁନ୍ଦରଗଡ଼ରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

ସୁନ୍ଦରଗଡ଼, ୧୨/୮ : ସୁନ୍ଦରଗଡ଼ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଆଜି ଯୋଗଦାନ କରିଛନ୍ତି। ୨୦୧୯ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ମନୋଜ ସତ୍ୟୱାନ ମହାଜନ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଯୋଗ ଦେଇଛନ୍ତି।

ଯୋଗ ଦେଲା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ରାଉରକେଲା  ଆଶୁତୋଷ କୁଲକର୍ଣିଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉ କି ଏହା ପୂର୍ବରୁ ଶ୍ରୀ ମହାଜନ ରାୟଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅବସ୍ଥାପିତ ଥିଲେ।