ଗ୍ରାଣ୍ଟ -ଇନ୍ -ଏଡ଼ ବିବାଦ ; ଛିଣ୍ଡୁ ନାହିଁ ବିବାଦ : ସରପଞ୍ଚ ସମିତି ସଭ୍ୟ ମୁହାଁମୁହିଁ

ଗ୍ରାଣ୍ଟ -ଇନ୍ -ଏଡ଼ ବିବାଦ ; ଛିଣ୍ଡୁ ନାହିଁ ବିବାଦ : ସରପଞ୍ଚ ସମିତି ସଭ୍ୟ ମୁହାଁମୁହିଁ

ଖୁଣ୍ଟା, ୨୦/୯ : ପୁରଣ ହୋଇ ପାରୁନି ଦାବି l ପ୍ରତିବାଦ କରି ସମିତି ବୈଠକ ଗୃହରେ ତାଲା ପକାଇ ଧାରଣାରେ ବସିଲେ ସରପଞ୍ଚ ସଂଘ । ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟରେ ମୁହାଁମୁହିଁ । ଯାହାକୁ ନେଇ ବ୍ଲକ ପରିସରରେ ଦେଖା ଦେଇଛି ଉତ୍ତେଜନା । ଅଣାୟତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନରେ ।  

ସୂଚନା ଅନୁଯାୟୀ , ଖୁଣ୍ଟା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ୮ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେବାକୁ ଥିଲା । ତେବେ ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସରପଞ୍ଚମାନେ ସେମାନଙ୍କ ୭ ଦଫା ଦାବିକୁ ନେଇ ବୈଠକ ଗୃହକୁ ତାଲା ପକାଇ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ଅନୁଯାୟୀ ବ୍ଲକକୁ ଆସିଥିବା ୧କୋଟି ୬୨ ଲକ୍ଷ ଟଙ୍କାର ଗ୍ରାଣ୍ଟ ଇନ ଏଡ଼ ଅନୁଦାନର ଭାଗ ବଣ୍ଟାକୁ ନେଇ ଗତ କିଛି ଦିନ ଧରି ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ମଧ୍ୟର ବିବାଦ ଜାରି ରହିଥିଲା l ଗତ ୧୩ ତାରିଖରେ ଏହା ସହ ଅନ୍ୟ ୬ ଦଫା ଦାବିରେ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ଅଚ଼ଳ କରି ଦେଇଥିଲେ | ଯାହା ସେ ସମୟରେ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ପାଇଁ ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ ଉଚ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ଚିତି ଦେବାପରେ ସରପଞ୍ଚ ସଂଘ ଧାରଣା ରୁ ଉଠି ଥିଲେ । 

ମାତ୍ର ଇତି ମଧ୍ୟରେ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ଦାବି କୁ ନେଇ ବିଡ଼ିଓ କୌଣସି ଆଲୋଚନା କରି ନଥିବାରୁ ଆଜି ପଞ୍ଚାୟତ ସମିତି ସଭାଗୃହକୁ ଦିନ ୯ ଟାରୁ ତାଲା ପକାଯାଇ ଥିବା ସରପଞ୍ଚ ସଙ୍ଘର ସଭାପତି ନନ୍ଦ କିଶୋର ହାଁସଦା କହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ବିଧାୟକ ପ୍ରକାଶ ସରେନ , ଅଧକ୍ଷ ସୁଧନ୍ୟା ନାଏକ , ବିଡ଼ିଓ ଶ୍ରୀ ଘୋଷ ,ଆଇ ଆଇ ସି ସୁଜାତା ଖମାରି ଓ ସରପଞ୍ଚ ଓ ସମିତି ସଙ୍ଘର ୩ଜଣ କରି ପ୍ରତିନିଧିଙ୍କୁ ନେଇ ଏକ ବୈଠକ ରେ ଦାବିର ସମାଧାନ ଦିଗରେ ଆଲୋଚନା କରିଥିଲେ । 

ତେବେ ବିଗତ ବର୍ଷର ଗ୍ରାଣ୍ଟ ଇନ୍ ଏଡ଼ ବାବଦରେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଅନୁମୋଦନ ପାଇଁ ଜିଲ୍ଲା ସ୍ତରକୁ ଯାଇ ସାରି ଥିବା ବେଳେ ଆଗାମୀ ଆର୍ଥିକ ବର୍ଷରେ ଆସିବାକୁ ଥିବା ଅନୁଦାନରେ ପ୍ରସ୍ତାବ ଦେବା ପାଇଁ ସରପଞ୍ଚମାନଙ୍କୁ ସୁଯୋଗ ଦିଆ ଯିବ ଏବଂ ୨୪ - ୨୫ ଅର୍ଥିକ ବର୍ଷରେ ଆସିବାକୁଥିବା ଅନ୍ୟ ୩୦ ଲକ୍ଷ ଟଙ୍କାରେ ଅନୁଦାନରେ ପ୍ରକଳ୍ପ ପାଇଁ ସରପଞ୍ଚମାନଙ୍କୁ ସୁଯୋଗ ଦିଆ ଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରବର୍ତ୍ତି ସମୟରେ ଦୀର୍ଘ ୮ ଘଣ୍ଟା ପରେ ଏହାର ସମାଧାନ ହୋଇଥିଲା l ଏବଂ ସରପଞ୍ଚ ମାନେ ଧାରଣରୁ ଉଠି ଥିଲେ l ଫଳରେ ଆଜି ଅନୁଷ୍ଠିତ ହେବାକୁ ଥିବା ସନ ସମିତି ବୈଠକ ବାତିଲ ହୋଇଥିବା ଜଣାଯାଇଛି |