ଦାବି ପୂରଣ ନ ହେଲେ ଆସନ୍ତା ୧୧ତାରିଖରୁ ରାଜସ୍ୱ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଦାବି ପୂରଣ ନ ହେଲେ ଆସନ୍ତା ୧୧ତାରିଖରୁ ରାଜସ୍ୱ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ସମ୍ବଲପୁର, ୩/୮ : ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଓଡିଶା ରାଜସ୍ବ ଅମଲା ସଂଘ ସମ୍ବଲପୁର ଜିଲ୍ଲା ପକ୍ଷରୁ ରବିବାର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଜାଇଛି l ବୈଠକରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ୧୦ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଆହେତୁକ ବିଳମ୍ବ କରୁଥିବା ନେଇ ଆଲୋଚନା ହୋଇଥିଲା l

ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘର ସମ୍ବଲପୁର ଜିଲ୍ଲା ଶାଖାର ସଭାପତି ମନମୋହନ ସାହୁଙ୍କ ନେତୃତ୍ଵରେ ସଂଘର ୧୦ଦଫା ଦାବି ପୂରଣ କିଭଳି ଭାବେ ହୋଇପାରିବ ତାହା ଉପରେ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାର ଆସନ୍ତା ୧୦ତାରିଖ ସୁଦ୍ଧା ଦାବି ଗୁଡିକ ପୂରଣ ନ କଲେ ତାହେଲେ ରାଜ୍ୟ ସଂଘ ଅଗଷ୍ଟ ୧୧ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ମନମୋହନ ସାହୁ, ସମ୍ପାଦକ କୃଷ୍ଣ ଚନ୍ଦ୍ର ପରିଡା ସୂଚନା ଦେଇଛନ୍ତି l