୯ମ ଥର ବଜେଟ୍ ଆଗତ କରି ରେକର୍ଡ଼ କଲେ ନିର୍ମଳା ସୀତାରମଣ

୯ମ ଥର ବଜେଟ୍ ଆଗତ କରି ରେକର୍ଡ଼ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧/୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ୯ମ ବଜେଟ ଉପସ୍ଥାପନ କରୁଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ ରେକର୍ଡ଼ ସ୍ଥାପନ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି । ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଲଗାତାର ୯ମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଆଗତ କରିଛନ୍ତି। ଚଳିତ ବର୍ଷ ତାଙ୍କର ଅଭିଭାଷଣ ୧ ଘଣ୍ଟା ୨୫ ମିନିଟ୍ (୮୫ ମିନିଟ୍) ଧରି ଚାଲିଥିଲା।

ଏହାସହ ସେ ଭାରତୀୟ ଇତିହାସରେ ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଲଗାତାର ୯ ଥର ବଜେଟ୍ ଉପସ୍ଥାପନ କରି ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି।