ଏନସିସି ମହିଳା ମସ୍ତିଷ୍କ ସ୍ୱାସ୍ଥ୍ୟ ସମ୍ମିଳନୀ ; ସ୍ନାୟୁରୋଗ ଚିକିତ୍ସା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୬/୨ : Neuro Care Centre(NCC) ଏବଂ FLO Healthcare Initiativeର ସହଯୋଗରେ FICCI FLO(Federation Of Indian Chambers Of Commerce & Industry- Ladies Organisation)ସଦସ୍ୟମାନଙ୍କ ପାଇଁ NCC Women’s Brain health Meet ଭୁବନେଶ୍ୱରସ୍ଥିତ Neuro Care Centreଠାରେ ଆୟୋଜିତ ହୋଇଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ପ୍ରତିଷ୍ଠିତ FLOସଦସ୍ୟମାନେ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଓ ସମାଜର ନେତୃତ୍ୱମାନେ ଏକତ୍ରିତ ହୋଇ ମସ୍ତିଷ୍କ ସ୍ୱାସ୍ଥ୍ୟ, ପ୍ରତିରୋଧାତ୍ମକ ନ୍ୟୁରୋଲୋଜି ଏବଂ ନାରୀମାନଙ୍କ ସୁସ୍ଥତାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।
FLO Healthcare Initiative (ମାର୍ଗଦର୍ଶନ)ର ଅଧ୍ୟକ୍ଷା ଡାକ୍ତର ପ୍ରଜ୍ଞା ମିଶ୍ର ସ୍ୱାଗତ ଅଭିଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ସ୍ୱାସ୍ଥ୍ୟ ସଚେତନତା ମାଧ୍ୟମରେ ନାରୀମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ ଯେ, ନାରୀମାନେ ପରିବାର ଓ ସମାଜର ଯତ୍ନ ନେବା ଦିଗରେ ମୁଖ୍ୟ ଭୂମିକା ନିଭାଉଥିବା ସତ୍ତ୍ୱେ ନିଜ ସ୍ୱାସ୍ଥ୍ୟ, ବିଶେଷକରି ସ୍ନାୟୁ ସମ୍ପର୍କିତ ସମସ୍ୟାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। FLO Healthcare Initiativeପକ୍ଷରୁ ଡାକ୍ତର ଗାରିମା ଷଡ଼ଙ୍ଗୀ ଓ ଡାକ୍ତର ରଶ୍ମି ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ଦେଇ ସମ୍ମିଳିତ ସ୍ୱାସ୍ଥ୍ୟ ସଚେତନତା ଦିଗରେ ଅଙ୍ଗୀକାରବଦ୍ଧ ରହିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଖ୍ୟାତନାମା ନ୍ୟୁରୋ ଚିକିତ୍ସକ ଏବଂ ନ୍ୟୁରୋ କେୟାର ସେଣ୍ଟରର ପ୍ରତିଷ୍ଠାତା ଡାକ୍ତର ବିକାଶ କୁମାର ମିଶ୍ର। ସେ , ମହିଳାମାନେ ସମସ୍ତଙ୍କର ଯତ୍ନ ନେଉଥିବା ବେଳେ ନିଜ ପ୍ରତି ଅବହେଳା ନକରି ନିଜର ମସ୍ତିଷ୍କର ମଧ୍ୟ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ସେ FICCI FLO ସଦସ୍ୟମାନଙ୍କୁ ମାଇଗ୍ରେନ୍ ପରିଚାଳନା, ଷ୍ଟ୍ରେସ୍ ଓ ନିଦ୍ରା ସ୍ୱାସ୍ଥ୍ୟ, ଠିକ୍ ପୋଷ୍ଚର୍ ଓ ଜୀବନଶୈଳୀ ସଚେତନତା, ୪୦ ବର୍ଷ ପରେ ଷ୍ଟ୍ରୋକ୍ ପ୍ରତିରୋଧ ପ୍ରତି ଅଣଦେଖା କରିବା ଉଚିତ୍ ନୁହେଁ ବୋଲି କହିବା ସହ ଏ ନେଇ କେତେକ ଜରୁରୀ ସତର୍କ ସଙ୍କେତ ବିଷୟରେ ସୂଚନା ଦେଇଥିଲେ। ଏଥିସହ ନାରୀମାନେ କିଭଳି ଏହାକୁ ପ୍ରାୟୋଗିକ ଅଭ୍ୟାସ କରିପାରିବେ ସେ ବିଷୟରେ ମଧ୍ୟ ପରାମର୍ଶ ଦେଇଥିଲେ।
ଡା. ମିଶ୍ର ନାରୀମାନଙ୍କ ମାନସିକ ଓ ସ୍ନାୟୁ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ଜରୁରୀ ବୋଲି ଉଲ୍ଲେଖ କରିବା ସହିତ “ନାରୀମାନେ ପରିବାର ଓ ସମାଜର ଭାବନାତ୍ମକ ଓ କାର୍ୟ୍ୟୁକାରୀ ଭିତ୍ତି, କିନ୍ତୁ ତାଙ୍କର ନିଜ ମାନସିକ ଓ ସ୍ନାୟୁ ସ୍ୱାସ୍ଥ୍ୟ ସର୍ବାଧିକ ଅବହେଳିତ ହୋଇଥାଏ ବୋଲି କହିଥିଲେ । ମହିଳାମାନେ ସମସ୍ତଙ୍କ ଯତ୍ନ ନେବା ଭିତରେ ନିଜର ଦୀର୍ଘ ସ୍ଥାୟୀ ମୁଣ୍ଡ ବିନ୍ଧା, ନିଦ୍ରା ଅଭାବ, ଷ୍ଟ୍ରେସ୍ ଓ କ୍ଳାନ୍ତିକୁ ସାଧାରଣ ବୋଲି ଭାବି ଅବହେଳା କରିଥାନ୍ତି । ମସ୍ତିଷ୍କ ସ୍ୱାସ୍ଥ୍ୟ କୌଣସି ଆଡମ୍ବର ନୁହେଁ ବରଂ ଏହା ଅତ୍ୟାବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଚେତନତା, ସମୟୋଚିତ ଧ୍ୟାନ ଏବଂ ଦୈନିକ ଜୀବନ ପ୍ରଣାଳୀରେ ପରିବର୍ତ୍ତନ ଗୁରୁତର ସ୍ନାୟୁ ରୋଗକୁ ପ୍ରତିରୋଧ କରିବା ସହ ନାରୀମାନଙ୍କୁ ସୁସ୍ଥ ଓ ନିରାମୟ ଜୀବନ ଦେଇପାରିବ ବୋଲି କହିଥିଲେ ।
ଏକ ପ୍ରଶ୍ନୋତ୍ତର ଅଧିବେଶନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ସଦସ୍ୟାମାନେ ନିଜ ନିଜର ପ୍ରଶ୍ନ ଉପସ୍ଥାପନ କରି ବିଶେଷଜ୍ଞଙ୍କ ପାଖରୁ ମୂଲ୍ୟବାନ ପରାମର୍ଶ ପାଇଥିଲେ।

Editor 


