ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଦଳର ବଡ଼ ନିଷ୍ପତ୍ତି , ପୂର୍ବତନ ଚାମ୍ପିୟନ୍ସଙ୍କ ସହ ସିରିଜ କନଫର୍ମ

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଦଳର ବଡ଼ ନିଷ୍ପତ୍ତି , ପୂର୍ବତନ ଚାମ୍ପିୟନ୍ସଙ୍କ ସହ ସିରିଜ କନଫର୍ମ

ନୂଆଦିଲ୍ଲୀ,୨/୧୨ : ଆସନ୍ତା ବର୍ଷ ଜାନୁଆରୀରେ ପାକିସ୍ତାନ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତ କରିବ। ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନିଶ୍ଚିତ କରିଛି ଯେ ପାକିସ୍ତାନ ଦଳ ଆସନ୍ତା ଜାନୁଆରୀରେ ଏକ ଟି-୨୦ ସିରିଜ୍ ଖେଳିବା ପାଇଁ ଶ୍ରୀଲଙ୍କା ଯାତ୍ରା କରିବ। 

ମ୍ୟାଚ୍ ଗୁଡ଼ିକ ଜାନୁଆରୀ ୭, ୯ ଏବଂ ୧୧ରେ ଖେଳାଯିବ। ଶ୍ରୀଲଙ୍କା ଏବଂ ପାକିସ୍ତାନ ନିକଟରେ ଏକ ଟ୍ରାଇ-ସିରିଜ୍ ଖେଳିଥିଲେ । ଯାହାର ଫାଇନାଲରେ ପାକିସ୍ତାନୀ ଦଳ ବିଜୟୀ ହୋଇଥିଲା। ଜିମ୍ବାୱେ ମଧ୍ୟ ଏହି ଟ୍ରାଇ -ସିରିଜ୍ ଖେଳିଥିଲା।